ମାଲକାନଗିରି: କଣ୍ଟେନମେଣ୍ଟ ଜୋନରେ ଟ୍ରକ ନେଇ ମାଲିକ ଗଣିଲେ ୧୦ହଜାର ଟଙ୍କାର ଜୋରିମାନା । ମାଲକାନଗିରି ଜିଲ୍ଲାର ପୌରପରିଷଦର ବିଭିନ୍ନ ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ମାଲକାନଗିରି ପୌରପରିଷଦର ବାଲିମେଳା ଛକରୁ ଆଇଏମଏସଟି ଛକ, ମେଡିକାଲ ଛକ, କେନାଲ ରାସ୍ତା ଏସବୁ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ସହ ବୋଫର ଜୋନ ଭାବେ ଘୋଷଣା କରିଛି ଜିଲ୍ଲା ପ୍ରଶାସନ ।
ଗୁରିବାର ସକାଳେ ଏକ ସିମେଣ୍ଟ ବୋଝେଇ ଟ୍ରକଟି ବାଲିମେଳା ଛକ ନିକଟସ୍ଥ କଣ୍ଟେନମେଣ୍ଟ ଜୋନରେ ପଶିଥିଲା । ଏହାପରେ ଜିଲ୍ଲା ପ୍ରଶାସନ ଟ୍ରକ ମାଲିକଙ୍କ ନାମରେ ୧୦ହଜାର ଟଙ୍କାର ଜୋରିମାନା କାଟିଥିଲା ।