ମାଲକାନଗିରି:ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନା ଷ୍ଟେଟ କମିଟି ମେମ୍ବର ତଥା ବରିଷ୍ଠ ନକ୍ସଲ ନେତା କେ.ମୋହନ ରାଓ ଅରଫ ଦାମୁ ଦାଦାଙ୍କର ଦେହାନ୍ତ ହୋଇଯାଇଛି । ଗତକାଲି ଦଣ୍ଡକାରଣ୍ୟ ଜଙ୍ଗଲରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ତାଙ୍କର ମୃତ୍ୟୁରେ ସମଗ୍ର ତେଲେଙ୍ଗାନା ଏବଂ ଦଣ୍ଡକାରଣ୍ୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
ଦୀର୍ଘ ୩୯ ବର୍ଷ ଧରି ସେ ମାଓ ସଂଗଠନରେ କାର୍ଯ୍ୟ କରି ବିଭିନ୍ନ ପଦପଦବୀରେ ରହିଥିଲେ । ସେ ଜେଲରେ ଥିବା ବେଳେ ରାଜନୈତିକ ଶିକ୍ଷା ପ୍ରଦାନ କରୁଥିଲେ । ପ୍ରଥମେ ଡେପୁଟି କମାଣ୍ଡର, ପରେ କମାଣ୍ଡର ଏବଂ ସଚିବ ମଧ୍ୟ ସେ ବନିଥିଲେ । ସଙ୍ଗଠନରେ ସେ ବହୁ ସମସ୍ୟା ଦେଇ ଗତି କରିଛନ୍ତି । ତେଲେଙ୍ଗାନା ଏବଂ ଦଣ୍ଡକାରଣ୍ୟ ଅଂଚଳରେ ସେ ଦାମୁ ଦାଦା ଭାବେ ବେଶ ପରିଚିତ ଥିଲେ । ନିଜର ବିଚକ୍ଷଣ ବୁଦ୍ଧି ଏବଂ ସଂଗଠନକୁ ସମ୍ଭାଳିବା ଭଳି ଦକ୍ଷତା ତାଙ୍କର ରହିଥିଲା ।