ଓଡିଶା

odisha

ETV Bharat / state

ମାଲକାନଗିରି ପୂର୍ବତନ ଜିଲ୍ଲାପାଳଙ୍କ ପାଇଁ ବଢ଼ିଲା ଅଡ଼ୁଆ, ହାଜର ହେବାକୁ ନିର୍ଦ୍ଦେଶ ଦେଲେ SDJM କୋର୍ଟ

ମାଲକାନଗିରି ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲ୍‌ଙ୍କ ଅଡୁଆ ପୁଣି ବଢିଲା । ପୁଣି ଥରେ ବ୍ୟକ୍ତିଗତ ସହାୟକ ମୃତ୍ୟୁ ନେଇ ମାଲକାନଗିରି SDJM କୋର୍ଟରେ ଶୁଣାଣି ହେବ । ଅଧିକ ପଢ଼ନ୍ତୁ

Malkangiri former collector
ମାଲକାନଗିରି ପୂର୍ବତନ ଜିଲ୍ଲାପାଳ

By

Published : Dec 23, 2022, 10:15 PM IST

ମାଲକାନଗିରି ପୂର୍ବତନ ଜିଲ୍ଲାପାଳ

ମାଲକାନଗିରି: ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲ୍‌ଙ୍କ ଅଡୁଆ ପୁଣି ବଢିଲା । ତାଙ୍କ ବିରୋଧରେ ପୁଣି ଥରେ ବ୍ୟକ୍ତିଗତ ସହାୟକ ମୃତ୍ୟୁ ନେଇ ମାଲକାନଗିରି SDJM କୋର୍ଟରେ ଶୁଣାଣି ହେବ । ତତ୍କାଳୀନ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ନେଇ ପରିବାର ପକ୍ଷରୁ ମାମଲା ରୁଜୁ କରାଯାଇଛି ।

ଦେବ ନାରାୟଣ ପଣ୍ଡାଙ୍କୁ ମନୀଷ ଅଗ୍ରୱାଲ୍‌ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ପୂରା ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ କରିଥିଲା । ତଦନ୍ତ ପରେ ଦେବନାରାୟଣ ଆତ୍ମହତ୍ୟା କରିଥିଲେ । ଏଥିରେ ମନୀଷଙ୍କ କୌଣସି ସମ୍ପୃକ୍ତି ନଥୁବା ରିପୋର୍ଟରେ ଦର୍ଶାଇଥିଲା କ୍ରାଇମବ୍ରାଞ୍ଚ । କିନ୍ତୁ ଏହି ରିପୋର୍ଟରେ କୋର୍ଟ ସନ୍ତୁଷ୍ଟ ନହୋଇ ପୁଣି ମାମଲାର ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ମନୀଷ ଅଗ୍ରୱାଲଙ୍କୁ ମାଲକାନଗିରି ଏସଡିଜେଏମ୍ କୋର୍ଟରେ ବ୍ୟକ୍ତିଗତ ଭାବେ ହଜାର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ୨୦୧୯ ମସିହା ଡିସେମ୍ବର ୨୮ ତାରିଖରେ ଅଫିସ୍ ଯାଇ ଆଉ ଫେରି ନଥିଲେ ଦେବ ନାରାୟଣ ପଣ୍ଡା । ପରିବାର ଲୋକେ ତାଙ୍କୁ ଖୋଜିଥିଲେ ମଧ୍ୟ ପାଇନଥିଲେ । ପର ଦିନ ମାଲକାନଗିରି ସତୀଗୁଡ଼ା ଡ୍ୟାମରୁ ମିଳିଥିଲା ଦେବ ନାରାୟଣ ପଣ୍ଡାଙ୍କ ମୃତଦେହ । ଅଫିସର ଚାପ ଯୋଗୁଁ ଦେବ ନାରାୟଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ଆଣିଥିଲେ ତାଙ୍କ ପତ୍ନୀ ବନଜା ।

ସ୍ବାମୀଙ୍କ ମୃତ୍ୟୁ ପାଇଁ ଜିଲ୍ଲାପାଳ ଓ ତାଙ୍କ ଅଫିସ୍ ଦାୟୀ ବୋଲି ସେ ଅଭିଯୋଗ କରିଥିଲେ । ହେଲେ ପୋଲିସ ଶୁଣି ନଥିଲା । କେବଳ ଆତ୍ମହତ୍ୟା ମାମଲା ରୁଜୁ କରି ଚୁପ୍ ବସି ଯାଇଥିଲା । ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ବନଜା ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ ।

ମାମଲାର ଗୁରୁତ୍ଵକୁ ଦେଖି ଘଟଣାର ତଦନ୍ତ ପାଇଁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଥିଲେ କମିଶନ । ଏହାପରେ ମଧ୍ୟ ମାମଲାର ତଦନ୍ତ ଆଗକୁ ବଢ଼ିନଥିଲା । ଶେଷରେ ନ୍ୟାୟ ପାଇଁ ବନଜା SDJMଙ୍କ କୋର୍ଟକୁ ଯାଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶ ପରେ ପୋଲିସ ଆତ୍ମହତ୍ୟା ମାମଲାକୁ ହତ୍ୟା ମାମଲାକୁ ବଦଳିଥିଲା । ଯେଉଁଥରେ ମନୀଷ ଅଗ୍ରୱାଲଙ୍କ ସମେତ ଅନ୍ୟ ତିନିଜଣଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରି ତଦନ୍ତ କରିଥିଲା । ମନୀଷ ଅଗ୍ରୱାଲ ହତ୍ୟା ମାମଲାରେ ଛନ୍ଦି ହୋଇ ପଡ଼ିବା ପରେ ତାଙ୍କୁ ଅଚାନକ ବଦଳି କରିଥିଲେ ରାଜ୍ୟ ସରକାର । ତାଙ୍କୁ ଯୋଜନା ଓ ସଂଯୋଜନ ବିଭାଗ ଉପସଚିବ ଭାବେ ଅବସ୍ଥାପିତ କରାଯାଇଥିଲା । ଏବେ ପୁଣି ତାଙ୍କ ପାଇଁ ଅଡ଼ୁଆ ସ୍ଥିତି ଉତ୍ପନ୍ନ ହୋଇଛି ।

ABOUT THE AUTHOR

...view details