ଓଡିଶା

odisha

ETV Bharat / state

ମୋଦି ଜିତିଲେ, ମାଲକାନଗିରି ଯୁବକ ମାଗଣରେ ଚା ବାଣ୍ଟିଲେ

ସୁବାଷ ବୋଷ ଛକର ଚିଙ୍ଗୁଡୁ ନାମରେ ବେଶ ଜଣା ଶୁଣା ଏହି ଆଦିବାସି ଯୁବକ କେନ୍ଦ୍ରରେ ମୋଦି ସରକାର ଓ ମାଲକାନଗିରିରେ ବିଜେପି ବିଧାୟକ ଜିତିବାକୁ ନେଇ ଖୁସିରେ ଏପରି ଚା ବାଣ୍ଟୁଛନ୍ତି ।

By

Published : May 24, 2019, 11:54 AM IST

ଫଟୋ ସୌଜନ୍ୟ: ପ୍ରତିନିଧି ମାଲକାନଗିରି

ମାଲକାନଗିରି: ମୋଦିଙ୍କ ଐତିହାସିକ ବିଜୟରେ ଖୁସ ହୋଇ ମାଲକାନଗିରି ଜିଲ୍ଲାର ଜଣେ ଚା ଦୋକାନୀ ଶୁକ୍ରବାର ଦିନକ ପାଇଁ ଲୋକଙ୍କୁ ମାଗଣାରେ ଚା ବଣ୍ଟନ କରୁଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି ମାଲକାନଗିରି

ସୁବାଷ ବୋଷ ଛକର ଚିଙ୍ଗୁଡୁ ନାମରେ ବେଶ ଜଣା ଶୁଣା ଏହି ଆଦିବାସି ଯୁବକ କେନ୍ଦ୍ରରେ ମୋଦି ସରକାର ଓ ମାଲକାନଗିରିରେ ବିଜେପି ବିଧାୟକ ଜିତିବାକୁ ନେଇ ଖୁସିରେ ଏପରି ଚା ବାଣ୍ଟୁଥିବା କହିଛନ୍ତି ।

ଚିଙ୍ଗୁଡୁ ଚା ବିକି ନିଜ ପରିବାରର ଚଳାଉଥିବା ବେଳେ ମୋଦିଙ୍କ ଲାଗି ସେ ତାଙ୍କର ଦିନକର ଆୟକୁ ଲୋକଙ୍କ ମଧ୍ୟରେ ବାଣ୍ଟିଛନ୍ତି ।

ଚା ବାଲାରୁ ଦେଶର ପ୍ରଧାନମନ୍ତ୍ରୀ ହୋଇଥିବା ମୋଦି ଏଥର ମଧ୍ୟ ପ୍ରଚଣ୍ଡ ବହୁମତରେ ବିଜୟଲାଭ କରିଛନ୍ତି । ଏଥିରେ ଖୁସି ହୋଇ ମାଲକାନଗିରିର ଜଣେ ଗରିବ ଯୁବକ ମାଗଣାରେ ଚା ବାଣ୍ଟିବା ନିଶ୍ଚିତ ରୂପେ ନିଆରା ଏବଂ ହୃଦୟ ଜିତିବା ଭଳି ଘଟଣା ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ପ୍ରତିକ୍ରୟା ଦେଇଛନ୍ତି ।


ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ABOUT THE AUTHOR

...view details