ମାଲକାନଗିରି: ପରିଷ୍କାର ହେବ ପରିବେଶ ଆଉ ସ୍ବପ୍ନ ପୁରଣ ହେବ ଜାତିର ପିତା ମହାତ୍ମା ଗାନ୍ଧିଙ୍କର । ଏହା ହିଁ ହେଉଛି ସରକାରଙ୍କ ସ୍ବଚ୍ଛ ଭାରତ ଅଭିଯାନ । ହେଲେ ଯେଉଁଠି ସ୍ବଚ୍ଛତାର ମାନେ ହିଁ ବୁଝି ପାରୁନାହାନ୍ତି ପ୍ରଶାସକ ସେଇଠି ସାଧରଣ ଲୋକେ କରିବେ ବା କ'ଣ । ତେବେ ଏଭଳି ଅଭିଯୋଗ ଆସିଛି ମାଲକାନଗିରିର ଜିଲ୍ଲାରୁ ।
ଟିକିଏ ଭଲ ଭାବେ ଦେଖନ୍ତୁ ଏ ହେଉଛି ମାଲକାନଗିରି ପୌର ପରିଷଦର ଦୃଶ୍ୟ । ସ୍ବଚ୍ଛତା ବଜାଇ ରଖିବାକୁ ଯାଇ ମାଲକାନଗିରି ପୌର ପରିଷଦରେ ଖର୍ଚ୍ଚ ହେଉଛି ଲକ୍ଷ ଲକ୍ଷ ଟଙ୍କା । ହେଲେ ସହରର ନାଳ ନର୍ଦ୍ଦମା ଠିକ ଭାବେ ସଫା ହେଉନାହିଁ । ଯାହାଫଳରେ ଫାଟି ପଡୁଛି ଉକ୍ତ ଅଞ୍ଚଳ ଆଉ ପ୍ରତିଦିନ ସେଇପଟେ ଯିବାଆସିବା କରିବା ମଧ୍ୟ କଷ୍ଟକର ବ୍ୟାପାର ହେଇଯାଉଛି ।