ଓଡିଶା

odisha

ETV Bharat / state

ତୁଟୁନି ବହୁଚର୍ଚ୍ଚିତ ସାରଥୀ ବାବାଙ୍କ ମୋହ, ପୂଜାର୍ଚ୍ଚନା କରୁଛନ୍ତି ଭକ୍ତ - ବହୁ ବାଦବିବିଦ ପରେ ମଧ୍ୟ ତୁଟୁନି ସାରଥିଙ୍କ ମୋହ

ବହୁ ବାଦବିବିଦ ପରେ ମଧ୍ୟ ତୁଟୁନି ସାରଥୀଙ୍କ ମୋହ । ମାଲକାନଗିରି ସଦର ମହକୁମାର ତଳସାହିରେ ସାରଥୀ ବାବାଙ୍କ ପୂଜାର୍ଚ୍ଚନା କରୁଛନ୍ତି ଅନୁଗାମୀ । ସତସଙ୍ଗ କରିବା ସହ ଚାଲିଛି ପୂଜା । ଅଧିକ ପଢନ୍ତୁ

ତୁଟୁନି ବହୁଚର୍ଚ୍ଚିତ ସାରଥି ବାବାଙ୍କ ମୋହ
ତୁଟୁନି ବହୁଚର୍ଚ୍ଚିତ ସାରଥି ବାବାଙ୍କ ମୋହ

By

Published : Oct 15, 2022, 5:17 PM IST

ମାଲକାନଗିରି: କିଛି ଦିନର ବ୍ୟବଧାନ ପରେ ପୁଣି ସକ୍ରିୟ ସାରଥୀ ବାବା (Sarathi Baba) ତଥା ସନ୍ତୋଷ ରାଉଳଙ୍କ ଅନୁଗାମୀ । ସତସଙ୍ଗ କରିବା ସହ ସାରଥୀ ବାବାଙ୍କ ପୂଜାର୍ଚ୍ଚନା କରାଯାଉଥିବା ଦେଖିବାକୁ ମିଳିଛି । ମାଲକାନଗିରି ସଦର ମହକୁମାର ତଳସାହିରୁ ଏଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି । କିଛି ଭକ୍ତ ସାରଥୀଙ୍କ ଫଟୋ ପୂଜାର୍ଚ୍ଚନା କରିଛନ୍ତି (supporters continue to worship of so called godmen sarathi baba) ।

ତୁଟୁନି ବହୁଚର୍ଚ୍ଚିତ ସାରଥୀ ବାବାଙ୍କ ମୋହ

ଏହା ମଧ୍ୟ ପଢନ୍ତୁ: ଧନ ଦାତ୍ରୀଙ୍କ ପୂଜାରେ ଝଟକୁଛି ଅନୁଗୋଳ, ଜମୁଛି ଲୋକଙ୍କ ଭିଡ

କେନ୍ଦ୍ରାପଡା ଜିଲ୍ଲା ବାରିମୂଳ ଆଶ୍ରମରୁ ଗିରଫ ହୋଇଥିବା ବହୁ ଚର୍ଚ୍ଚିତ ସାରଥୀବାବାଙ୍କୁ ମାଲକାନଗିରିରେ ପୁଣି ପୂଜାର୍ଚ୍ଚନା କରାଯାଉଥିବା ଦେଖିବାକୁ ମିଳିଛି । ସାରଥି ଭକ୍ତ ମାନେ ସତସଙ୍ଗ କାର୍ଯ୍ୟକ୍ରମ ସହ ସାରଥୀଙ୍କ ଫଟୋରଖି ପୂଜା କରୁଛନ୍ତି । ଆୟୋଜିତ ସତସଙ୍ଗ କାର୍ଯ୍ୟକ୍ରମରେ ବାବାଙ୍କ ମହିମା ଶୁଣିବା ପାଇଁ ଅନେକ ଲୋକଙ୍କ ସମାଗମ ହୋଇଥିଲା । ସତସଙ୍ଗ ମଣ୍ଡପ ପାଖରେ ବାବାଙ୍କ ଫୋଟ ଚିତ୍ର ସହ ବିଭୂତି, ବସ୍ତ୍ର, ଧୂପ ଦୀପ ଓ ସାରଥୀ ମାଳି ଭଳି ସାମଗ୍ରୀ ମଧ୍ୟ ବିକ୍ରି ନିମନ୍ତେ ସ୍ୱତନ୍ତ୍ର ଦୋକାନ ଖୋଲା ଯାଇଛି । ଏଭଳି ଏକ ଭଣ୍ଡ ବାବାର ସତସଙ୍ଗ କରିବାକୁ ପୋଲିସ ଏବଂ ପ୍ରଶାସନ କିଭଳି ଅନୁମତି ପ୍ରଦାନ କରିଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସୂଚନାଯୋଗ୍ୟ ଯେ, "୨୦୧୫ମସିହା ଅଗଷ୍ଟ ୮ତାରିଖରେ ସାରଥୀ ଓରଫ ସନ୍ତୋଷ ରାଉଳଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ଜନୈକା ଡାକ୍ତରୀ ଛାତ୍ରୀଙ୍କୁ ପତ୍ନୀର ପରିଚୟ ଦେଇ ହାଇଦ୍ରାବାଦର ଗୋଲକୁଣ୍ଡା ସ୍ଥିତ ବଞ୍ଜାରା ହିଲସ୍‌ ହୋଟେଲରେ ନେଇ ରହିବା ଖବର ପ୍ରଚାରିତ ହେବା ପରେ ଅଗଷ୍ଟ ୫ରୁ ସାରଥୀଙ୍କୁ ବିଭିନ୍ନ ମହଲରେ ବିରୋଧ ଆରମ୍ଭ ହୋଇଥିଲା । ଏହାପରେ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ହଟ୍ଟଗୋଳ ପରେ ବିରୋଧୀଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଥିଲା । ଏହାପରେ ସାରା ରାଜ୍ୟରେ ବିରୋଧର ନିଆଁ ଜଳିଥିଲା । ରାଜ୍ୟ ସରକାରଙ୍କ ତ୍ବରିତ କାର୍ଯ୍ୟାନୁଷ୍ଠାନ ସ୍ବରୂପ କ୍ରାଇମବ୍ରାଞ୍ଚକୁ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ପରେ କ୍ରାଇମବ୍ରାଞ୍ଚ ଅଧିକାରୀ ଅରୁଣ ବୋଥ୍ରା ସାରଥୀଙ୍କୁ ବାରିମୂଳ ଆଶ୍ରମରୁ (barimula ashram kendrapara) ଗିରଫ କରିଥିଲେ।

ଅନ୍ୟପଟେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED)ଜବତ କରିଥିବା ସାରଥୀଙ୍କ ୨୫ ଗୋଟି ସ୍ଥାବର ଅସ୍ଥାବର ସମ୍ପତ୍ତି ଉପରେ କଟକଣା ଲଗାଯାଇଛି । ଏପରିକି ଜବତ ଚାଷଜମିରେ ଚାଷ କାର୍ଯ୍ୟ ବାରଣ ସମ୍ପର୍କରେ ନିର୍ଦ୍ଦେଶ ରହି ନାଲି ପତାକା ଲଗାଯାଇଛି । ଆଶ୍ରମରେ କେବଳ ତାଙ୍କ ମାଆ ଓ ଗୋସେବା ପାଇଁ ଦୁଇଜଣ ବ୍ୟକ୍ତିଙ୍କୁ ରହିବାକୁ କୋର୍ଟ ଅନୁମତି ଦେଇଥିଲେ ।

ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details