ଓଡିଶା

odisha

ETV Bharat / state

ଉପାସର ତାତି, ରାଜରାସ୍ତାରେ ଛାତ୍ରୀ

ଗୋଟେପଟେ ବିଦ୍ୟାଳୟରେ ଦୁଗ୍ଧଜାତୀୟ ଖାଦ୍ୟ ଦେବାକୁ ସରକାର ଯୋଜନା ଚଳାଉଥିବା ବେଳେ, ଅନ୍ୟପଟେ 10 ଦିନ ହେବ ମଧ୍ୟାହ୍ନ ଭୋଜନରୁ ବଞ୍ଚିତ ଶତାଧିକ ଛାତ୍ରୀ । ଏମିତିକି ଓଳିଏ ଖାଇଲେ ଆର ଓଳିକୁ ଉପାସ । ଏଭଳି ଦୟନୀୟ ସ୍ଥିତି ଦେଖିବାକୁ ମିଳିଛି ମାଲକାନାଗିରି ଜିଲ୍ଲାର କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ।

By

Published : Sep 13, 2019, 5:54 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ମାଲକାନଗିରି: କାମ କରୁନି ସରକାରଙ୍କ ଯୋଜନା । ଖାଦ୍ୟ ନଖାଇ ଉପାସରେ ଅଧ୍ୟୟନ କରୁଛନ୍ତି ସ୍କୁଲର ଛାତ୍ରୀ । ଓଳିଏ ଖାଇଲେ ରହୁଛନ୍ତି ଓଳିଏ ଉପାସ । ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଶତାଧିକ ଛାତ୍ରୀ । ପ୍ରତିବାଦ ସ୍ବରୁପ ରାସ୍ତାରୋକ କରିବା ସହ ଧାରଣା ମଧ୍ୟ ଦେଇଛନ୍ତି ଅନୁଷ୍ଠାନର ଛାତ୍ରୀ ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ନାୟକ ଗୁଡା ଠାରେ ରହିଛି କସ୍ତୃବା ଗାନ୍ଧୀ ବାଳିକା ବିଦ୍ୟାଳୟ । ବିଗତ ୧୦ ଦିନ ଧରି ଠିକ ଭାବରେ ଖାଇବାକୁ ବିଦ୍ୟାଳୟରେ ଦିଆଯାଉ ନାହିଁ । ଫଳରେ ପ୍ରତିବାଦ କରି ୩୨୬ ନଂ ଜାତୀୟ ରାଜପଥରେ ବସିରହିଛନ୍ତି ଶତାଧିକ ଛାତ୍ରୀ ।

ସୂଚନା ମୁତାବକ ବିଦ୍ୟାଳୟରେ ଗତ ୨ ତାରିଖ ରୁ ଠିକ ଭାବରେ ଖାଇବାକୁ ଦିଆଯାଉ ନାହିଁ । ଏମିତି କି ଗତ ତିନି ଦିନ ଧରି ପ୍ରାୟ ୨୦୦ ଛାତ୍ରୀ ଓଳିଏ ଖାଇଲେ ଆଉ ଓଳିଏ ଉପାସ ରହୁଛନ୍ତି । ଏମିତିକି ଗତ ତିନି ଦିନ ଧରି ମଧ୍ୟାହ୍ନ ଭୋଜନ ମିଳି ନଥିବା କାରଣରୁ ଏହି ପ୍ରତିବାଦ ଜାରି ରଖିଛନ୍ତି ନାୟକଗୁଡା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଛାତ୍ରୀ ।

ମାଲକାନାଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ABOUT THE AUTHOR

...view details