ଓଡିଶା

odisha

ETV Bharat / state

ଟାର୍ଗେଟରେ ସରକାର, ମେଳି ବାନ୍ଧିଲେଣି ମାଓବାଦୀ

ମାଲକାନଗିରି ବିଚ୍ଛିନ୍ନାଞ୍ଚଳର ପଣସପୁଟ ଓ ଜୋଡାଆମ୍ବ ପଞ୍ଚାୟତର ହଜାର ହଜାର ଜନତା ଏକତ୍ରିତ ହୋଇ ସରକାର ବିରୋଧୀ ସ୍ଲୋଗାନ ଦେଇଛନ୍ତି ।

By

Published : Mar 8, 2019, 10:50 PM IST

ଭିଡିଓ ସୌଜନ୍ୟ: ସମ୍ୱାଦଦାତା, ମାଲକାନଗିରି

ମାଲକାନଗିରି: ଜିଲ୍ଲାର ବିଚ୍ଛିନ୍ନାଞ୍ଚଳରେ ପୁଣି ଦେଖିବାକୁ ମିଳିଛି ସରକାର ବିରେଧୀ ପ୍ରଜାମେଳି । ବିଚ୍ଛିନ୍ନାଞ୍ଚଳର ପଣସପୁଟ ଓ ଜୋଡାଆମ୍ବ ପଞ୍ଚାୟତର ହଜାର ହଜାର ଜନତା ଏକତ୍ରିତ ହୋଇ ସରକାର ବିରୋଧୀ ସ୍ଲୋଗାନ ଦେଇଛନ୍ତି । ସୂଚନା ମୁତାବକ ଓଡିଶାର ନବୀନ ସରକାର ଗୁରୁପ୍ରିୟା ସେତୁ ନିର୍ମାଣ କରି ବିଚ୍ଛିନ୍ନାଞ୍ଚଳର ବିକାଶ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା କହିଛନ୍ତି ଆଦିବାସୀ ।

ଭିଡିଓ ସୌଜନ୍ୟ: ସମ୍ୱାଦଦାତା, ମାଲକାନଗିରି

ଗୁରୁପ୍ରିୟା ସେତୁ ଉଦ୍‌ଘାଟନ ଦିନ ନବୀନ ସରକାର 100 କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ ବିଚ୍ଛିନ୍ନାଞ୍ଚଳର ବିକାଶ ପାଇଁ । କିନ୍ତୁ ବର୍ତ୍ତମାନ ସୁଦ୍ଧା ତାହାର ଏକ ପ୍ରତିଶତ କାମ ମଧ୍ୟ ବିଚ୍ଛିନ୍ନାଞ୍ଚଳରେ ହୋଇ ନଥିବା ଅଭିଯୋଗ କରିଛନ୍ତି ପଣସପୁଟ ଏବଂ ଜୋଡାଆମ୍ବ ଅଞ୍ଚଳବାସୀ ।

ସୂଚନା ଯୋଗ୍ୟ ଯେ ବିଚ୍ଛିନ୍ନାଞ୍ଚଳର ଟପ ମାଓ ନେତା ସୁଧୀରର ଆତ୍ମସମର୍ପଣ ପରେ ଭାଙ୍ଗି ଯାଇଥିବା ଲାଲ ସଙ୍ଗଠନକୁ ପୁଣି ଥରେ ସକ୍ରିୟ କରିବା ପାଇଁ ଆନ୍ଧ୍ର, ଓଡିଶା ଓ ଛତିଶଗଡର ଟପ ମାଓ ନେତା ଆର.କେ ପୁଣି ଥରେ ବିଚ୍ଛିନ୍ନାଞ୍ଚଳରେ ପ୍ରବେଶ କରିଥିବା ସୂଚନା ରହିଛି । ପୂର୍ବରୁ ବିଚ୍ଛିନ୍ନାଞ୍ଚଳରେ ନିର୍ବାଚନ କରାଇ ଦେଇନଥିବା ମାଓ ସଙ୍ଗଠନ ପୁଣିଥରେ ନିଜ ଗଡ ସଜାଡିବା ସହ ନିର୍ବାଚନକୁ ଭଣ୍ଡୁର କରିବା ପାଇଁ ନିରିହ ଆଦିବାସୀଙ୍କୁ ସରକାରଙ୍କ ବିରୋଧରେ ପ୍ରବର୍ତ୍ତାଉଥିବା ସୂଚନା ମିଳିଛି । ସରକାର ଏହାପ୍ରତି ଗୁରୁତ୍ୱ ନଦେଲେ ପରେ ପରିଣାମ ଭୋଗିବାକୁ ପଡିପାରେ ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ABOUT THE AUTHOR

...view details