ଓଡିଶା

odisha

ETV Bharat / state

ସାବାସ ଯବାନ: ବିରୋଧ ନକରି ବୃଦ୍ଧଙ୍କୁ ପ୍ରତିକୂଳ ରାସ୍ତା ପାର କରାଇଲେ ଡିଭିଏଫ

ପୁଣି ମାନବିକତା ଦେଖାଇଲେ ଯବାନ । ପୋଲିସ ବିରୁଦ୍ଧରେ ସ୍ବର ଉତ୍ତୋଳନ କରୁଥିବା ନେତାଙ୍କୁ ପାଣି ପିଆଇ ହାତ ଧରି ପୋଲ ପାର୍ କରାଇଲେ ଯବାନ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ମାଲକାନଗିରି

By

Published : Sep 22, 2019, 3:30 PM IST

ମାଲକାନଗିରି: ପୁଣି ମାନବିକତା ଦେଖାଇଲେ ଯବାନ । ପୋଲିସ ବିରୁଦ୍ଧରେ ସ୍ବର ଉତ୍ତୋଳନ କରୁଥିବା ନେତାଙ୍କୁ ପାଣି ପିଆଇ ହାତ ଧରି ପୋଲ ପାର୍ କରାଇଲେ ଯବାନ । ଏମିତି କିଛି ଚିତ୍ର ଦେଖିବାକୁ ମିଳିଛି ମାଲକାନଗିରିର ଲାଲଗଡ଼ କୁହାଯାଉଥିବା ବିଚ୍ଛିନ୍ନାଞ୍ଚଳରେ ।

ଚଳିତ ମାସ 15 ତାରିଖ ଦିନ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ବିଛିନ୍ନାଞ୍ଚଳର ଧୂଳିପୁଟ ପଞ୍ଚାୟତ ଅନ୍ତର୍ଗତ ରାଙ୍ଗିନିଗୁଡା ଗ୍ରାମର ରାଜୁ ହନ୍ତାଳ ନାମକ ଜଣେ ଆଦିବାସୀଙ୍କ ମୃତ୍ୟୁକୁ ନେଇ ଉତ୍ତ୍ୟକ୍ତ ହୋଇଥିଲେ ଆଦିବାସୀ । ଏହା ପରଠାରୁ ଅଶାନ୍ତ ହୋଇ ପଡ଼ିଥିଲା ସମଗ୍ର ବିଚ୍ଛିନ୍ନାଞ୍ଚଳ । ଏହା ପରେ ଆନ୍ଧ୍ର ଓଡିଶା ସୀମାନ୍ତର ପ୍ରାୟ ୫ ହଜାର ଲୋକ ଏକତ୍ରିତ ହୋଇ ଡୋଳିଆମ୍ବ ଗାଁରେ ପ୍ରଜାମେଳି କରିଥିଲେ । ତେବେ ଆନ୍ଧ୍ରରୁ ଆସିଥିବା ଜଣେ 60 ବର୍ଷୀୟ ବୃଦ୍ଧଙ୍କ ସହ 5 ଜଣ ନେତା ଏକ ଦାବି ପତ୍ର ଦେବା ପାଇଁ ପ୍ରଶାସନ ନିକଟକୁ ଦୁଇ କିଲୋମିଟରରୁ ଊର୍ଦ୍ଧ୍ବ ରାସ୍ତା ଜଙ୍ଗଲ ପାହାଡ଼ ନଦୀ ଡେଇଁ ଆସିଥିଲେ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ମାଲକାନଗିରି

ପ୍ରଶାସନ ପାଖରେ ପହଞ୍ଚି ଦାବି ପତ୍ର ଦେବା ସମୟରେ ଚିତ୍ରକୋଣ୍ଡା ଏସଡିପିଓ ସମସ୍ତଙ୍କୁ ପ୍ରଥମେ ଥଣ୍ଡା ପାଣି ପିଆଇବା ସହ ହସ ହସ ମୁହଁରେ କଥା ହୋଇଥିଲେ । ପରେ ପ୍ରଶାସନ ପାଖରେ ଦାବି ପତ୍ର ପ୍ରଦାନ କରି ପୁଣି ଡୋଳିଆମ୍ବ ଗାଁକୁ ଯିବା ସମୟରେ ଚାଲିକି ଯିବାରେ ଅସୁବିଧାର ସମ୍ମୁଖିନ ହୋଇଥିଲେ 60ବର୍ଷୀୟ ବୃଦ୍ଧ । ଏହା ପରେ ଚିତ୍ରକୋଣ୍ଡା ଏସଡ଼ିପିଓ ମାନସ ବାରିକ ଡ୍ୟୁଟିରେ ଥିବା ଡିଭିଏଫ ଯବାନଙ୍କୁ ତାଙ୍କ ସହାୟତା ପାଇଁ ପଠାଇଥିଲେ ।

ଏହା ପରେ ଯବାନ ଜଣକ ତାଙ୍କୁ ହାତ ଧରି ପୋଲ ପାରି କରାଇଥିଲେ । ପୋଲିସ ବିରୁଦ୍ଧରେ ସ୍ବର ଉତ୍ତୋଳନ କରିଥିବା ନେତାଙ୍କୁ ମାନବିକତା ଦେଖାଇ ପୋଲିସ ପୁଣି ଥରେ ବିଚ୍ଛିନ୍ନାଞ୍ଚଳ ଲୋକଙ୍କ ଆସ୍ଥା ଭାଜନ ହୋଇଥିବା ସାଧାରଣରେ ମତ ପ୍ରକାଶ ପାଇଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ABOUT THE AUTHOR

...view details