ଓଡିଶା

odisha

ETV Bharat / state

୧୪ମାସ ୧୫ଦିନ ଧାରଣା ପରେ ବସ୍ତିବାସିନ୍ଦା ସଫଳ, ମିଳିଲା ଜମିପଟ୍ଟା

ସଫଳ ହେଲା ବସ୍ତିବାସିନ୍ଦାଙ୍କ ଗଣଧାରଣା । ମାଲକାନଗିରି ଜିଲ୍ଲା ମ୍ୟୁନିସିପାଲଟି ୩ ନମ୍ବର ୱାର୍ଡର ବସ୍ତି ବାସିନ୍ଦାଙ୍କ ୧୪ମାସ ୧୫ଦିନ ଅନଶନ ଗଣଧାରଣା ପରେ ଜମିପଟ୍ଟା ପାଇଛନ୍ତି । ଅଧିକ ପଢନ୍ତୁ

By

Published : Jul 9, 2023, 10:58 AM IST

Updated : Jul 9, 2023, 11:13 AM IST

slum people got land record after protest
୧୪ମାସ ୧୫ଦିନ ଧାରଣା ପରେ ବସ୍ତିବାସିନ୍ଦା ସଫଳ

୧୪ମାସ ୧୫ଦିନ ଧାରଣା ପରେ ବସ୍ତିବାସିନ୍ଦା ସଫଳ

ମାଲକାନଗିରି:ଏକ ବର୍ଷ 2 ମାସ 16 ଦିନର ଲଢେଇ । ସଫଳ ହେଲା ବସ୍ତିବାସିନ୍ଦାଙ୍କ ଗଣଧାରଣା । ମାଲକାନଗିରି ଜିଲ୍ଲା ମ୍ୟୁନିସିପାଲଟି ୩ ନମ୍ବର ୱାର୍ଡର ବସ୍ତିବାସିନ୍ଦାଙ୍କ ୧୪ମାସ ୧୫ଦିନ ଅନଶନ ଗଣଧାରଣାର ଐତିହାସିକ ବିଜୟ ହୋଇଛି । ପୂରଣ ହେଲା ଦାବି, ମିଳିଲା ଜମିପଟ୍ଟା । ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଧାରଣାରେ ବସିଥିବା ବସ୍ତିବାସିନ୍ଦାଙ୍କୁ ଜମିପଟ୍ଟା ପ୍ରଦାନ କରିଛନ୍ତି ।

ଦାବି ପୂରଣ ପାଇଁ ଏକ ବର୍ଷ 2ମାସ 16 ଦିନ ଲଢ଼େଇ । ଖରା, ବର୍ଷା, ଶୀତରେ ଦିନ ରାତି ଆନ୍ଦୋନଳ ଜାରି ରଖିଥିଲେ ବସ୍ତିବାସିନ୍ଦା । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆ‌‌ନ୍ଦୋଳନରୁ ଓହରି ନଥିଲେ । ନିର୍ବାଚିତ ପ୍ରତିନିଧିଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ପର୍ଯ୍ୟନ୍ତ ବାରମ୍ବାର ପ୍ରତିଶ୍ରୁତି ଦେବା ସହ ଆନ୍ଦୋଳନରୁ ପ୍ରତ୍ୟାହାର କରିବା ପାଇଁ କହିଥିଲେ । କିନ୍ତୁ ନିଜ ଜିଦରେ ଅଟଳ ରହି ଅହରହର ଆନ୍ଦୋଳନ ଜାରି ରଖିଥିଲେ । ଶେଷରେ 14 ମାସ 15 ଦିନ ଆନ୍ଦୋଳନ କରିବା ପରେ ସଫଳ ହୋଇଛନ୍ତି । ମାଲକାନଗିରି ପୌରପାଳିକାରେ ଭୂମି ଅଧିକାର ପ୍ରମାଣପତ୍ର ପଟ୍ଟା ପାଇଁ ଆନ୍ଦୋଳନ କରିଥିବା ହିତାଧିକାରୀଙ୍କୁ ଅଧିକାର ମିଳିଛି ।

ୱାର୍ଡର ବସ୍ତିବାସିନ୍ଦାଙ୍କ ଆନ୍ଦୋଳନକୁ ସମ୍ମାନ ଜଣାଇବା ସହ ସେମାନଙ୍କ ଦାବି ରଖାଯାଇଛି । ତହସିଲଦାର କହିଛନ୍ତି, ''ଏହି ୱାର୍ଡର ୨ଟି ବସ୍ତିରେ ରହିଥିବା ୨୪୪ ହିତାଧିକାରୀଙ୍କୁ ଭୂମି ଅଧିକାର ପ୍ରମାଣପତ୍ର ତଥା ଜମିପଟ୍ଟା ପ୍ରଦାନ କରାଯିବ । ପ୍ରଥମ ପର୍ଯ୍ୟାୟରେ ୬୦ ଜଣ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ସମା‌ଜସେବୀ ଆର ଶ୍ରୀନିବାସ ରାଓ ପରିଚାଳନା କରିଥିଲେ । ୩ ନମ୍ବର ୱାର୍ଡର ଜେଲ ସାହି ଓ କୁମ୍ଭାର ସାହିର ବସ୍ତିବାସିନ୍ଦା ଜାଗା ମିଶନରେ ଭୂମି ଅଧିକାର ପ୍ରମାଣପତ୍ର ପାଇ ପାରିନ‌ଥିଲେ । ଏନେଇ ବାରମ୍ବାର ଦାବି କରିଥିଲେ କିନ୍ତୁ କୌଣସି ସମାଧାନ ହୋଇପାରି ନଥିଲା । ଏନେଇ ଗତବର୍ଷ ପୌର ନିର୍ବାଚନ ପୂର୍ବରୁ ପଟ୍ଟା ପ୍ରଦାନ ନ କ‌ଲେ ଭୋଟ ବର୍ଜନ କରିବା ପାଇଁ ଆନ୍ଦୋଳନ କରିଥିଲେ ।

ଏହା ବି ପଢନ୍ତୁ...ବିସ୍ଥାପିତ ପରିବାର ସହ ପ୍ରତାରଣା ଅଭିଯୋଗ, ମିଳିଲାନି ପ୍ରତିଶ୍ରୁତିରେ ମିଳିଥିବା ଜାଗା

ପ୍ରଶାସନ ପକ୍ଷରୁ ହିତାଧିକାରୀଙ୍କୁ ପଟ୍ଟା ମିଳିଥିବା ‌ବେଳେ ଆନ୍ଦୋଳନରୁ ଓହରିଛନ୍ତି ବସ୍ତିବାସିନ୍ଦା । ମାଲକାନଗିରି ପୌରପାଳିକାର ୩ ନମ୍ବର ୱାର୍ଡରେ ଐତିହାସିକ ଆନ୍ଦୋଳନର ବିଜୟ ଉତ୍ସବ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲ, ପୌରାଧ୍ୟକ୍ଷ ମନୋଜ କୁମାର ବାରିକ, ଉପାଧ୍ୟକ୍ଷା କବିତା ମାହୁନ୍ତ, ତହସିଲଦାର ସୟଦ ସବିର ସାହା, ଅତିରିକ୍ତ ତହସିଲଦାର ଜଗଦିଶ କାର୍ତ୍ତାମୀ, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ କାହ୍ନୁଚରଣ ପଟ୍ଟନାୟକ ଓ ଜାଗା ମିଶନ କୋଡିନେଟର ଜଗନ୍ନାଥ ଖେମୁଣ୍ଡୁ ପ୍ରମୁଖ ଯୋଗ ଦେଇଥିଲେ ।

ଇଟିଭି ଭାରତ, ମାଲକାନଗିରି

Last Updated : Jul 9, 2023, 11:13 AM IST

ABOUT THE AUTHOR

...view details