ଓଡିଶା

odisha

By

Published : May 14, 2023, 8:03 PM IST

Updated : May 14, 2023, 8:15 PM IST

ETV Bharat / state

Pushpa-2shooting: ଚାଲିଛି ସୁଟିଂ, ଫେରାର ପୁଷ୍ପା ଚଳାଇଛି ଚନ୍ଦନ କାଠ ବେପାର

ମାଲକାନଗିରି ଜିଲ୍ଲା ଓ ଛତିଶଗଡ଼ ସୀମାନ୍ତ ସୁକମାରେ ଚାଲିଛି ପୁଷ୍ପା-2 ସୁଟିଂ । 200 ଜଣିଆ ଟିମ୍‌କୁ ନେଇ ସୁଟିଂ କରୁଛନ୍ତି ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ। ଅଧିକ ପଢନ୍ତୁ

Etv Bharat
Etv Bharat

ଫେରାର ପୁଷ୍ପା ଚଳାଇଛି ଚନ୍ଦନ କାଠ ବେପାର

ସୁକମା/ମାଲକାନଗିରି: 'ପୁଷ୍ପା...ମେଁ ଝୁକେଗା ନେହିଁ ସାଲା'। ଗତବର୍ଷ ଏହି ଡାଏଲଗ ବେଶ ଲୋକପ୍ରିୟତା ହାସଲ କରିଥିଲା। ଏପରିକି ବିଭିନ୍ନ କ୍ଷେତ୍ରରେ ଏହି ଡାଏଲଗର ବ୍ୟବହାର ହୋଇଥିଲା। ତେବେ ଦର୍ଶକ ଫିଲ୍ମର ଦ୍ବିତୀୟ ଭାଗକୁ ଅପେକ୍ଷା କରିଥିବା ବେଳେ ଫିଲ୍ମର ସୁଟିଂ ମଧ୍ୟ ଆରମ୍ଭ ହୋଇଯାଇଛି । ଛତିଶଗଡ଼ ସୀମାବର୍ତ୍ତୀ ସୁକମାରେ ଫିଲ୍ମର ସେଟ୍‌ ଲାଗିଥିବା ବେଳେ ମାଲକାନଗିରି ଜିଲ୍ଲାର ଜଙ୍ଗଲରେ ଫିଲ୍ମର ସୁଟିଂ ହେଉଛି ।

ମିଳିଥିବା ସୂଚନା ଅନୁସାରେ, ଫିଲ୍ମର ସୁଟିଂ ସୁକମାର ଜଙ୍ଗଲ ମଧ୍ୟରେ ହେବାର ଥିଲା। ମାତ୍ର ଏହା ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ ଫିଲ୍ମର ସୁଟିଂ ମାଲକାନଗିରି ଜିଲ୍ଲା ମଧ୍ୟରେ ହେଉଛି । ତେବେ ଫିଲ୍ମର ସୁଟିଂ ପ୍ରାୟ 20 ଦିନ ଧରି ମାଲକାନଗିରି ଜିଲ୍ଲାର ଜଙ୍ଗଲ ମଧ୍ୟରେ ସୁଟିଂ ହେବ । ଫିଲ୍ମର ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ସାଉଥ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଅଲ୍ଲୁ ଅର୍ଜୁନ 200 ଜଣିଆ ଟିମ୍‌କୁ ନେଇ ଫିଲ୍ମର ସୁଟିଂ କରୁଛନ୍ତି । ସୁକମାରେ ପୁରା ସେଟ୍‌ ମଧ୍ୟ ପ୍ରସ୍ତୁତ ରହିଛି ।

ଏହା ବି ପଢନ୍ତୁ- PUSPA 2 Shooting: ମାଲକାନଗିରିରେ ପହଞ୍ଚିଲା ଚନ୍ଦନ କାଠ

ଯେଉଁ ସ୍ଥାନରେ ସୁଟିଂ ହେଉଛି, ଏହା ସମ୍ପୂର୍ଣ୍ଣ ଘଞ୍ଚ ଜଙ୍ଗଲ ମଧ୍ୟରେ ରହିଛି । ଟିମ୍‌ର ସୁରକ୍ଷାକୁ ଦୃଷ୍ଟିରେ ରଖି ମାଲକାନଗିରି ନିକଟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ମାଲକାନଗିରି ଜିଲ୍ଲାର ଭିନ୍ନଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ଫିଲ୍ମର ସିନ୍‌ ସୁଟିଂ ହେଉଥିବା ଜଣାପଡ଼ିଛି । ବସ୍ତର ଅଞ୍ଚଳର ସୌନ୍ଦର୍ଯ୍ୟ ଅତି ମନୋରମ ହୋଇଥିବା ବେଳେ ମାଓବାଦୀଙ୍କ ଭୟରେ ଏଠାକୁ ପର୍ଯ୍ୟଟକମାନେ ଆସିନଥାନ୍ତି । ଫିଲ୍ମ ନିର୍ମାତାମାନେ ମଧ୍ୟ ମାଓବାଦୀଙ୍କ ଭୟରେ ଏଠାରେ ସୁଟିଂ କରିନଥିବା କହିଛନ୍ତି ।

ସେପଟେ ନିକଟରେ ଦାନ୍ତେୱାଡାଠାରେ ମାଓବାଦୀଙ୍କ ଆକ୍ରମଣ ମନରେ ଅଧିକ ଭୟ ସୃଷ୍ଟି କରିଥିବା ଯୋଗୁଁ ଫିଲ୍ମର ଲୋକେସନକୁ ବଦଳାଇ ଦିଆଯାଇଥିଲା । କେବଳ ପୁଷ୍ପା-2 ନୁହେଁ ଅନେକ ଫିଲ୍ମକୁ ଏହି ଅଞ୍ଚଳରେ ସୁଟିଂ ପାଇଁ ଚୟନ କରାଯାଇଥିଲା । ମାତ୍ର ଏଠାରେ ମାଓବାଦୀଙ୍କ ଉପସ୍ଥିତି ଯୋଗୁଁ ଏହାକୁ ବଦଳାଇ ଦିଆଗଲା । ଏପରିକି ଏଠାରେ ବ୍ଲକ୍‌ବଷ୍ଟର ହୋଇଥିବା ବାହୁବଳୀ ଫିଲ୍ମର ସୁଟିଂ ହେବାର ଥିଲା, ମାତ୍ର ପ୍ରଡକ୍ସନ ଟିମ୍‌ ଶେଷରେ ରାମୋଜୀ ଫିଲ୍ମସିଟିରେ ଏହାର ସୁଟିଂ କରିଥିଲା ।

ସୂଚନା ଥାଉ କି କିଛିଦିନ ପୂର୍ବରୁ ଚଳଚ୍ଚିତ୍ର ନିର୍ମାଣକାରୀ ସଂସ୍ଥା ଏକ ସ୍ବତନ୍ତ୍ର ଟିମ୍‌ ମାଲକାନଗିରି ଜିଲ୍ଲା କାଲିମେଳା ମଣ୍ୟମକୋଣ୍ଡା ପଞ୍ଚାୟତ ବଡ଼ଯାତ୍ରାଙ୍କ ସ୍ନାନ ସ୍ଥଳ ଓ ଓଡ଼ିଶା ପୋଲେରଠାରେ ପହଞ୍ଚି ସ୍ଥିତି ପରଖିଥିଲେ । ପ୍ରଡକ୍ସନ କମ୍ପାନୀର ନିର୍ଦ୍ଦେଶକ ସୁଟିଂ ସ୍ଥାନ ଦେଖି ଗଲା ପରେ ଗତ 8 ତାରିଖରେ ସୁଟିଂ ସ୍ଥାନରେ ସେଟିଂ ସେଡର ସାମଗ୍ରୀ ଆସି ପହଞ୍ଚିଖଥିଲା । ଯେଉଁଠି ରହିଛି ଡୁପ୍ଲିକେଟ ଚନ୍ଦନ କାଠ, ଡୁପ୍ଲିକେଟ ପଥର ଭଳି ବହୁ ସାମଗ୍ରୀ । ଏଠାରୁ ହିଁ ସାଉଥ୍ ହିରୋ ଅଲ୍ଲୁ ଅର୍ଜୁନ ପୁଷ୍ପା ୨ ଚଳଚ୍ଚିତ୍ରରେ ନଜରକୁ ଆସିବେ । ସୁଟିଂ ସେଟ୍‌ ସାମଗ୍ରୀ ପହଞ୍ଚିବା ପରେ ଫିଲ୍ମର ସୁଟିଂ ଦେଖିବାକୁ ଅଞ୍ଚଳବାସୀଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।

ଇଟିଭି ଭାରତ, ସୁକମା/ମାଲକାନଗିରି

Last Updated : May 14, 2023, 8:15 PM IST

ABOUT THE AUTHOR

...view details