ମାଲକାନଗିରି: ଲାଞ୍ଚ ନେଉଥିବାବେଳେ ଧରାପଡିଲେ ବରିଷ୍ଠ କିରାଣୀ । ଲାଞ୍ଚ ନେବାର ଭିଡିଓ ଭାଇରାଲ ହେବା ପରେ ଉକ୍ତ କିରାଣୀଙ୍କୁ ନିଲମ୍ବନ କରିଛନ୍ତି ଜିଲ୍ଲାପାଳ। ମାଲକାନଗିରି ଜିଲ୍ଲା କାଲିମେଳା ତହସିଲରେ ଲାଞ୍ଚ ଘଟଣାର ଭିଡିଓ ଭାଇରାଲ ପରେ ସମ୍ପୃକ୍ତ କିରାଣୀ ନିଲମ୍ବିତ କରିଛନ୍ତି ଜିଲ୍ଲାପାଳ।
ସୂଚନା ଅନୁସାରେ, ନିଲମ୍ବିତ ହୋଇଥିବା କିରାଣୀ ଜଣକ ହେଲେ ଶଶି ଶେଖର ସେଠୀ । ତହସିଲ ବରିଷ୍ଠ କିରାଣୀ ଶଶି ଶେଖର କିଛି ହିତାଧିକାରୀଙ୍କ ପଟ୍ଟାକୁ କରେକ୍ସନ କରି ଇଣ୍ଟରନେଟରେ ଅପଲୋଡ଼ ପାଇଁ ଦେଢ଼ଲକ୍ଷ ଟଙ୍କା ମାଗି 50 ହଜାର ଟଙ୍କା ଲାଞ୍ଚ ନେଉଥିଲେ ।