ଓଡିଶା

odisha

ETV Bharat / state

ରାସ୍ତା ମରାମତି ଦାବି କରି ଅବରୋଧ, ଆନ୍ଧ୍ର ଓ ମାଲକାନଗିରି ଯାତାୟତ ବାଧାପ୍ରାପ୍ତ

ମାଲକାନଗିରି ଓ ଆନ୍ଧ୍ର ସୀମାନ୍ତରେ ରାସ୍ତା ମରାମତିକୁ ନେଇ ରାସ୍ତାରୋକ କରାଯାଇଛି । ବାରମ୍ବାର ମରାମତି ପାଇଁ ଦାବି କରାଯାଉଥିଲେ ମଧ୍ୟ ତାହା ହୋଇପାରିନାହିଁ । ତେଣୁ ଲୋକେ ଅସନ୍ତୋଷ ପ୍ରକାଶ କରିବା ସହ ରାସ୍ତାରୋକ କରିଛନ୍ତି ।

By

Published : Nov 25, 2019, 12:23 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ମାଲକାନଗିରି: ମାଲକାନଗିରି ଓ ଆନ୍ଧ୍ର ସୀମାନ୍ତରେ ରାସ୍ତା ମରାମତିକୁ ନେଇ ରାସ୍ତାରୋକ କରାଯାଇଛି । ମାଲକାନଗିରିର ଚିତ୍ରକୋଣ୍ଡା ଓ ଆନ୍ଧ୍ରପ୍ରଦେଶର ସିଲେରୁର ଲୋକେ ମିଳିତ ଭାବେ ଏହି ରାସ୍ତାରୋକ କରିଛନ୍ତି । ଫଳରେ ଆନ୍ଧ୍ର ଓ ମାଲକାନଗିରିକୁ ଯାଉଥିବା ଅନେକ ଗାଡି ଓ ଯାତ୍ରୀ ବାଟରେ ଅଟକି ରହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ଦୀର୍ଘ ଦିନରୁ ମାଲକାନଗିରି ଓ ଆନ୍ଧ୍ରକୁ ଯୋଗ କରୁଥିବା ଏହି ରାସ୍ତାଟି ଶୋଚନୀୟ ହୋଇପଡିଛି । ବାରମ୍ବାର ମରାମତି ପାଇଁ ଦାବି କରାଯାଉଥିଲେ ମଧ୍ୟ ତାହା ହୋଇପାରିନାହିଁ । ତେଣୁ ଲୋକେ ଅସନ୍ତୋଷ ପ୍ରକାଶ କରିବା ସହ ରାସ୍ତାରୋକ କରିଛନ୍ତି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ABOUT THE AUTHOR

...view details