ମାଲକାନଗିରି:ସ୍ବାଭିମାନ ଅଞ୍ଚଳରେ ପ୍ରଥମ କରି ସଡକ ସୁରକ୍ଷା ଅଭିଯାନ । ମାଓଗଡ଼ କୁହାଯାଉଥିବା ସ୍ବାଭିମାନ ଅଞ୍ଚଳ ମାଲକାନଗିରି ଜିଲ୍ଲାରେ ପୋଲିସ ଅଧିକାରୀଙ୍କ ଦ୍ବାରା ସଡକ ସୁରକ୍ଷାକୁ ନେଇ ସଚେତନତା ରାଲି ହୋଇଛି ।
ସଡକୁ ସୁରକ୍ଷା ଜୀବନ ରକ୍ଷା । ଏହାର ପ୍ରକୃତ ଅର୍ଥ ଲୋକଙ୍କୁ ବୁଝାଇବା ପାଇଁ ସଡକ ସୁରକ୍ଷା ମାସ ଅବସରରେ ଲୋକଙ୍କୁ ସଚେତନ କରିଛି ସଚେତନତା ରଥ । ଚାରିଚକିଆ ଯାନ ଚଲାଇବା ବେଳେ ସିଟ ବେଲ୍ଟ ବାନ୍ଧିବା, ମଦ ପିଇ ଗାଡି ଚଲାଇବା ନାହିଁ, ଗାଡି ଚଲାଇବା ବେଳେ ହେଲମେଟ, ଡ୍ରାଇଭିଙ୍ଗ ଲାଇସେନ୍ସ ଓ ଗାଡିର ସମସ୍ତ କାଗଜ ପତ୍ର ପାଖରେ ରଖି ଗାଡି ଚଲାଇବା ବୋଲି କହି ଲୋକଙ୍କୁ ସଚେତନ କରିଥିଲା ସଡକ ସୁରକ୍ଷା ରଥ । ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରିବା ସହିତ ରାସ୍ତାରେ ବିନା ହେଲମେଟରେ ଯାଉଥିବା ଯାତ୍ରୀଙ୍କୁ ହେଲମେଟ ପ୍ରଦାନ କରିଛନ୍ତି ପୋଲିସ ଅଧିକାରୀ ।