ଓଡିଶା

odisha

ETV Bharat / state

ଅଭାବୀ ବିକ୍ରି ପାଇଁ ଚାଷୀଙ୍କ ରାସ୍ତା ଅବରୋଧ

ମାଲକାନଗିରି କରୁକୋଣ୍ଡା ବ୍ଲକ ସଦର ମହକୁମାରେ ଅଭାବୀ ବିକ୍ରି ପାଇଁ ମୁଖ୍ୟ ରାସ୍ତାରେ ଧାନ ବସ୍ତା ରଖି ରାସ୍ତା ଅବରୋଧ କରିଛନ୍ତି ଚାଷୀ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଚାଷୀଙ୍କୁ ବୁଝାସୁଝା କରୁଛି। ଅଧିକ ପଢନ୍ତୁ...

By

Published : Feb 2, 2021, 12:13 PM IST

ଅଭାବି ବିକ୍ରି ପାଇଁ ଚାଷୀଙ୍କ ରାସ୍ତା ଅବରୋଧ
ଅଭାବି ବିକ୍ରି ପାଇଁ ଚାଷୀଙ୍କ ରାସ୍ତା ଅବରୋଧ

ମାଲକାନଗିରି: ଅଭାବୀ ବିକ୍ରି ପାଇଁ ଚାଷୀଙ୍କ ରାସ୍ତା ଅବରୋଧ । ମାଲକାନଗିରି କରୁକୋଣ୍ଡା ବ୍ଲକ ସଦର ମହକୁମାରେ ମୁଖ୍ୟ ରାସ୍ତାରେ ଧାନ ବସ୍ତା ରଖି ରାସ୍ତା ଅବରୋଧ କରିଛନ୍ତି ଚାଷୀ । ଏହାର ପ୍ରଭାବରେ ବାଲିମେଳାରୁ ମାଲକାନଗିରି ଯାତାୟାତ ବାଧାପ୍ରାପ୍ତ। ଦୀର୍ଘଦିନ ହେବ ମଣ୍ଡିରେ ଧାନ ପଡି ନଷ୍ଟ ହେଉଥିବା ବେଳେ ସେପଟେ ଟାର୍ଗେଟ ସରିବା ପରେ ମଣ୍ଡିରୁ ଧାନ ଉଠିବା ବନ୍ଦ ହୋଇଯାଇଛି। ଦିନରାତି ଚାଷୀ ନିଜ ଅମଳ ଧାନକୁ ଜଗି ଜଗି ନୟାନ୍ତ। ଶେଷରେ ନିଜ ଅମଳ ଧାନକୁ ବିକ୍ରି କରି ପ୍ରାପ୍ୟ ପାଇବା ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି ଶତାଧିକ ଚାଷୀ।

ଅଭାବି ବିକ୍ରି ପାଇଁ ଚାଷୀଙ୍କ ରାସ୍ତା ଅବରୋଧ

ଏପଟେ ରାସ୍ତା ଉପରେ ଶହ ଶହ ଧାନ ବସ୍ତା ରଖି ଆନ୍ଦୋଳନ କରିବା ଦ୍ବାରା ସମସ୍ତ କର୍ମଚାରୀ ନିଜ କର୍ମକ୍ଷେତ୍ରକୁ ଯିବାରେ ବାଧା ସୃଷ୍ଟି ହୋଇଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଚାଷୀଙ୍କୁ ବୁଝାସୁଝା କରୁଛି।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ABOUT THE AUTHOR

...view details