ମାଲକାନଗିରି: ପୁଣି ସାମନାକୁ ଆସିଛି ଜନନୀ ଯନ୍ତ୍ରଣାର କରୁଣ ଚିତ୍ର । ମାଲକାନଗିରି ଜିଲ୍ଲାର ଖଇରଫୁଟରେ ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି । ସୂଚନା ମୁତାବକ, ପରକନମାଲା ପଞ୍ଚାୟତର ଡଙ୍ଗାକୁଣ୍ଢ ଗାଁର ନିଳା ଖରା ନାମକ ଜଣେ ଗର୍ଭବତୀଙ୍କ ପ୍ରସବ ବେଦନା ହୋଇଥିଲା । ହେଲେ ଗାଁକୁ ଆମ୍ବୁଲାନ୍ସ ଆସିପାରିନଥିଲା । ରାସ୍ତା ଖରାପ ଥିବାରୁ ଆମ୍ବୁଲାନ୍ସ ମୁଖ୍ୟ ରାସ୍ତା ନିକଟରେ ଅଟକି ରହିଥିଲା । ଫଳରେ ମହିଳାଙ୍କ ସ୍ବାମୀ ତାଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ୬ କିଲୋମିଟର ପର୍ଯ୍ୟନ୍ତ ଭାରରେ ବୋହି ନେଇଥିଲେ।
ତେବେ ପ୍ରସୂତିଙ୍କୁ ୬ କିଲୋମିଟର ଭାରରେ ନିଆଯାଇ କୁଡୁମୁଲୁଗୁମା ଚିକିତ୍ସାଳୟରେ ପହଞ୍ଚାଯାଇଥିଲା । ସୂଚନା ମୁତାବକ, ଡଙ୍ଗାକୁଣ୍ଡ ଗ୍ରାମର ରାସ୍ତା ବର୍ଷା ଯୋଗୁ ଧୋଇ ହୋଇ ଯିବା ସହ ନାଳ ଗୁଡିକରେ ପାଣି ଭର୍ତ୍ତି ହୋଇ ରହିଛି । ଏଭଳି ସ୍ଥିତିରେ ଗମନାଗମନ ବାଧାପ୍ରାପ୍ତ ହୋଇଥିବାବେଳେ ସ୍ବାସ୍ଥ୍ୟସେବା ମଧ୍ୟ ଅପହଞ୍ଚ ହୋଇପଡିଛି । ରାସ୍ତା ଖରାପ ଥିବା କାରଣରୁ ଗାଁକୁ ଆମ୍ବୁଲାନ୍ସ ଆସି ପାରିନଥିଲା । ଫଳରେ ପ୍ରସୂତିଙ୍କୁ ଭାରରେ ବୋହି ବୋହି ୬ କିଲୋମିଟର ପର୍ଯ୍ୟନ୍ତ ନିଆଯିବା ଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ।
ପ୍ରବଳ ବର୍ଷା ଯୋଗୁ ଗୋଟିଏ ପଟେ ରାସ୍ତା ଧୋଇ ହୋଇଯାଇଥିବାବେଳେ ଅନ୍ୟପଟେ ପାଣି ଭର୍ତ୍ତି ହୋଇ ରହିଛି। ଏଭଳି ସ୍ଥିତିରେ ଗର୍ଭବତୀ ମହିଳାଙ୍କୁ ତାଙ୍କ ସ୍ବାମୀ ଗ୍ରାମବାସୀଙ୍କ ସହାୟତାରେ ନାଳ ପାର କରିବା ସହ ଭାର କରି ୬ କିଲୋମିଟର ପର୍ଯ୍ୟନ୍ତ ବୋହି ମୁଖ୍ୟ ରାସ୍ତାକୁ ଆଣିଥିବା ଜଣାପଡିଛି । ତେବେ ସେଠାରୁ ଆମ୍ବୁଲାନ୍ସ ଯୋଗେ କୁଡୁମୁଲୁଗୁମା ଚିକିତ୍ସାଳୟକୁ ନେଇ ମହିଳାଙ୍କୁ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।