ଓଡିଶା

odisha

ETV Bharat / state

ମାଓବାଦୀଙ୍କୁ ଚକମା ଦେଲେ, ପୋଲିଂ ଅଧିକାରୀ ପୁରସ୍କୃତ ହେଲେ

ମାଲକାନଗିରି ଜିଲ୍ଲାରେ ନକ୍ସଲପନ୍ଥୀଙ୍କ ଟାର୍ଗେଟ ସତ୍ତ୍ବେ ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ କରିଥିବା ପୋଲିଂ ଅଧିକାରୀଙ୍କୁ ରାଜ୍ୟ ନିର୍ବଚନ କମିଶନର ପୁରସ୍କୃତ କରିଛନ୍ତି ।

By

Published : Apr 30, 2019, 5:55 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ମାଲକାନଗିରି

ମାଲକାନଗିରି: ଜିଲ୍ଲାରେ ନକ୍ସଲପନ୍ଥୀଙ୍କ ଟାର୍ଗେଟ ସତ୍ତ୍ବେ ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ କରିଥିବା ପୋଲିଂ ଅଧିକାରୀଙ୍କୁ ରାଜ୍ୟ ନିର୍ବଚନ କମିଶନର ପୁରସ୍କୃତ କରିଛନ୍ତି । ଗତ ୧୧ତାରିଖ ଦିନ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ବେଳେ ବଣ୍ଡା ଘାଟିକୁ ଯାଇଥିବା ପୋଲିଂ ଅଧିକାରୀଙ୍କୁ ଟାର୍ଗେଟ କରିଥିଲେ ମାଓବାଦୀ । ମତଦାନ ପରେ ରାସ୍ତାରେ ନକ୍ସଲପନ୍ଥୀଙ୍କ ଲ୍ୟାଣ୍ଡମାଇନ ଲାଗିଥିବା ଆଶଙ୍କା କରି ୧୫ କିଲୋମିଟର ପାହାଡିଆ ରାସ୍ତା ଚାଲି ଚାଲି ଆସିଥିଲେ ମାଲକାନଗିରି ଜିଲ୍ଲାର ୬ ଟି ପୋଲିଂ ପାର୍ଟି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ମାଲକାନଗିରି

ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡା ଘାଟିରେ ନକ୍ସଲ ମାନେ ବଡଧରଣର ନିର୍ବାଚନୀ ହିଂସା କରିବାର ଯୋଜନା କରୁଥିବା ରାଜ୍ୟ ଗୁଇନ୍ଦା ବିଭାଗ ସୂଚନା ଦେବା ପରେ ମାଲକାନଗିରି ପୋଲିସ ସଜାଗ ହୋଇଥିଲା । ବଣ୍ଡା ଘାଟିର ୬ ଟି ବୁଥ ଲାଗି ୩୬ ଜଣ ପୋଲିଂ ଅଧିକାରୀଙ୍କୁ ଦିନରେ ପଠାନଯାଇ ୧୦ ତାରିଖ ରାତି ୨ଟାରେ ବୋଲେରୋ ଗାଡିରେ ସେଠାକୁ ପଠାଯାଇଥିଲା ।

ହେଲେ ୧୧ ତାରିଖ ମତଦାନ ପରେ ସେଠାରେ ସୁରକ୍ଷା ଦାୟିତ୍ବରେ ଥିବା ଏସଓଜି ଯବାନ
ମାନେ ପୋଲିଂ ଅଧିକାରୀଙ୍କୁ ଖବର ଦେଲେ ଯେ ଘାଟି ରାସ୍ତାରେ ବିପଦ ରହିଛି । ଏହା ପରେ ସମସ୍ତଙ୍କୁ ସୁରକ୍ଷିତ ଅବସ୍ଥାରେ ଘରକୁ ଫେରାଇବାର ଦାୟିତ୍ବ ନେଇଥିଲେ ଏସଓଜି ଜବାନ ।

୪୬ ଜଣ ଯବାନଙ୍କ ସହ ୩୬ ଜଣ ପୋଲିଂ ଅଧିକାରୀ ୫ ହଜାର ଫୁଟ ଉଚ୍ଚ ବଣ୍ଡା ଘାଟି ତଳକୁ ଚାଲି ଚାଲି ଯାଇଥିଲେ । ସମସ୍ତ ୩୬ଜଣ ପୋଲିଂ ଅଧିକାରୀଙ୍କୁ ଆଜି ପୁରସ୍କୃତ କରାଯାଇଛି । ଏଭଳି ଏକ କାର୍ଯ୍ୟକ୍ରମରେ ପୁରସ୍କୃତ ହୋଇଥିବାରୁ ସମସ୍ତ ପୋଲିଂ ଅଧିକାରୀ ନିଜ ଖୁସି ବ୍ୟକ୍ତ କରିବା ସହ ଜିଲ୍ଲାପାଳ, ଏସପି ଓ ନିର୍ବାଚନ କମିଶନରଙ୍କୁ ଧନ୍ୟବାଦ ଦେଇଛନ୍ତି ।

ମାଲକାନଗିରିରୁ ଜୟନ୍ତ କୁମାର ତିଆଡି, ଇଟିଭି ଭାରତ

ABOUT THE AUTHOR

...view details