ଓଡିଶା

odisha

ETV Bharat / state

ମାଲକାନଗିରିରେ ମହିଳାଙ୍କ ପାଇଁ ପିଙ୍କ୍ ପୋଲିଂ ବୁଥ୍

ମାଲକାନଗିରି ପୌର ପରିଷଦ ଓ ବାଲିମେଳା ଏନଏସିରେ ଦୁଇଟି ପିଙ୍କ ବୁଥ୍ କରାଯାଇଛି । ଯେଉଁଠି କେବଳ ମହିଳାମାନେ ହିଁ ଭୋଟ ଦେଇପାରିବେ ।

By

Published : Apr 10, 2019, 7:05 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ମାଲକାନଗିରି

ମାଲକାନଗିରି: ରାତି ପାହିଲେ ମାଓ ପ୍ରବଣ ମାଲକାନଗିରି ଜିଲ୍ଲାରେ ଭୋଟ । ହେଲେ ଏହା ପୂର୍ବରୁ ସମସ୍ତ ବୁଥରେ ପହଞ୍ଚି ସାରିଛନ୍ତି ପୋଲିଂ ପାର୍ଟି । ଏକା ସାଙ୍ଗରେ ବିଧାନସଭା ଓ ଲୋକସଭା ଆସନ ପାଇଁ ଭୋଟରଙ୍କୁ ଦୁଇ ଦୁଇଟି ଭୋଟ ଦେବାକୁ ହେବ। ତେଣୁ ମାଲକାନଗିରି ଜିଲ୍ଲାର ଦୁଇଟି ପୌର ପାଳିକାରେ ମହିଳାମାନେ କିପରି ସୁରୁଖୁରୁରେ ଭୋଟ ଦେଇପାରିବେ, ସେଥିପାଇଁ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ବ୍ୟବସ୍ଥା କରିଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ମାଲକାନଗିରି

ମାଲକାନଗିରି ପୌର ପରିଷଦ ଓ ବାଲିମେଳା ଏନଏସିରେ ଦୁଇଟି ପିଙ୍କ ବୁଥ୍ କରାଯାଇଛି । ଯେଉଁଠି କେବଳ ମହିଳାମାନେ ହିଁ ଭୋଟ ଦେଇପାରିବେ । ଏମିତି କି ସେଠାରେ ନିୟୋଜିତ ହୋଇଥିବା ସମସ୍ତ ପୋଲିଂ ଅଧିକାରୀ ଓ ପୋଲିସ କର୍ମଚାରୀମାନେ ବି ମହିଳା ।

ପାନୀୟ ଜଳଠାରୁ ଆରମ୍ଭ କରି ଦିବ୍ୟାଙ୍ଗଙ୍କ ଲାଗି ହ୍ବିଇଲ ଚେୟାର ବ୍ୟବସ୍ଥା କରାଯାଇଛି । ଏଠାରେ ଅଧିକା ସଂଖ୍ୟାରେ ମହିଳାମାନେ ମତଦାନ କରିବେ ବୋଲି ଜିଲ୍ଲା ପ୍ରଶାସନ ଆଶା ରଖିଛି।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ABOUT THE AUTHOR

...view details