ଓଡିଶା

odisha

ETV Bharat / state

ମାଲକାନଗିରିରେ ମାତିଛନ୍ତି ସାଇବର ଲୁଟେରା, ପୋଲିସର ପର୍ଦ୍ଦାଫାଶ - ଠକାମୀ

ସଚେତନତା ଅଭାବରୁ ନିରୀହ ଲୋକଙ୍କୁ କରୁଛନ୍ତି ଟାର୍ଗେଟ । ଯାହାର ଫର୍ଦାଫାଶ କରିବାରେ ସଫଳ ହୋଇଛି ମାଲକାନଗିରି ପୋଲିସ ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ମାଲକାନଗିରି

By

Published : Jul 8, 2019, 3:58 PM IST

ମାଲକାନଗିରି: ମାଓ ଆଧ୍ୟୁଷିତ ଉପାନ୍ତ ଜିଲ୍ଲା ମାଲକାନଗିରିରେ ମାତିଛନ୍ତି ସାଇବର ଲୁଟେରା । ସଚେତନତା ଅଭାବରୁ ନିରୀହ ଲୋକଙ୍କୁ କରୁଛନ୍ତି ଟାର୍ଗେଟ । ଯାହାର ଫର୍ଦାଫାଶ କରିବାରେ ସଫଳ ହୋଇଛି ମାଲକାନଗିରି ପୋଲିସ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ମାଲକାନଗିରି

ସୂଚନା ମୁତାବକ, ମାଲକାନଗିରିର କୈଳାସ ଧାକଡ ନାମକ ବ୍ୟକ୍ତିଙ୍କୁ ବ୍ୟାଙ୍କରୁ କଲ କରିଛି ବୋଲି କହି ସାଇବର ଲୁଟେରା ୮୦ ହଜାର ଟଙ୍କା ଲୁଟିବାରେ ସଫଳ ହୋଇଛନ୍ତି । ଏନେଇ ମାଲକାନଗିରି ଥାନାରେ ଅଭିଯୋଗ ହେବା ପରେ ପୋଲିସ ଲୁଟେରା ଠାରୁ ୭୦ହଜାର ଟଙ୍କା ଫେରାଇ ଆଣିବାରେ ସଫଳ ହୋଇଛି ।

କେବଳ ସେ ଏକା ନୁହନ୍ତି ସେଭଳି ତାରକ ପାତ୍ର ନାମକ ଜଣେ ବ୍ୟକ୍ତି ମେକ ମାଈ ଟ୍ରିପ ଜରିଆରେ ଟିକେଟ ବୁକିଙ୍ଗ କରିଥିବା ବେଳେ ଏୟାର ଟିକେଟ କ୍ୟାନସେଲନେସନ ପାଇଁ ୱେବସାଇଟ ନମ୍ବରରେ ଜଣଙ୍କୁ ଯୋଗାଯୋଗ କରି ତାଙ୍କର ବ୍ୟାଙ୍କ ଆକାଉଣ୍ଟ ଦେଇଥିଲେ । ତେବେ ପରବର୍ତ୍ତୀ ସମୟରେ ତାଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ଗାୟବ ହୋଇ ଯିବାରୁ ସେ ଏନେଇ ମାଲକାନଗିରି ଥାନାରେ ଅଭିଯୋଗ କରିଥିଲେ ।

ମାଲକାନଗିରି ଜିଲ୍ଲାରେ ବାରମ୍ବାର ଏଭଳି ସାଇବର କ୍ରାଇମ ଘଟୁଥିବାରୁ ମାଲକାନଗିରି ଏସପି ବ୍ୟାଙ୍କ ଆକାଉଣ୍ଟଧାରୀଙ୍କୁ ସଚେତନ ରହିବା ସହ ନିଜ ବ୍ୟାଙ୍କ ଆକାଉଣ୍ଟ ବାବଦରେ କୌଣସି ବି ତଥ୍ୟ ନଦେବାକୁ ସତର୍କତା ଲୋକଙ୍କୁ ପରାମର୍ଶ ଦେଇଛନ୍ତି । ଏହା ସହ ସାଇବର ଜନିତ କୌଣସି ପ୍ରକାର ଠକାମିର ଶିକାର ହେଲେ ମାଲକାନଗିରି ସାଇବାର କ୍ରାଇମ ପ୍ରକୋଷ୍ଠକୁ ଯାଇ ଅଭିଯୋଗ କରିବା ଲାଗି କହିଛନ୍ତି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ABOUT THE AUTHOR

...view details