ମାଲକାନଗିରି: ଜିଲ୍ଲାର ଖଇରପୁଟ ବ୍ଲକର ରାସବେଡା ପଞ୍ଚାୟତ ତାଗବେଡା ଗ୍ରାମରେ କାଉଡ଼ିରେ ବୁହା ହେଲେ ରୋଗୀ । ଗାଁଟି ପାହାଡ଼ ଉପରେ ଥିବାରୁ ଆମ୍ବୁଲାନ୍ସ ଯିବାକୁ ମନା କରିବା ପରେ ରୋଗୀଙ୍କୁ ପରିବାର ଲୋକେ ବୋହି ପାହାଡ଼ ତଳକୁ ଆଣିଥିବା ଦେଖିବାକୁ ମିଳିଛି । ସେମାନେ ପ୍ରାୟ ୩ କିଲୋମିଟରରୁ ଊର୍ଦ୍ଧ୍ବ ରାସ୍ତାରେ ଚାଲି ଚାଲି ରୋଗୀଙ୍କୁ ଆଣିଥିବା ଜଣାପଡ଼ିଛି ।
ତାଗବେଡା ଗ୍ରାମଟି ପାହାଡ ଉପରେ ରହିଛି । ଲୋକେ ପାହାଡ ଉପରେ ତଳକୁ ଚାଲି ଚାଲି ଆସନ୍ତି । ବର୍ଷା ଦିନ ହେଲେ ନାହିଁ ନଥିବା ହଇରାଣ ହୋଇଥାନ୍ତି । ତେବେ ଏହି ଗ୍ରାମର ସମରା ଶିଶାକୁ ରୋଗ ହେବାରୁ ସେ ଗୁରୁତର ହୋଇଯାଇଥିଲେ । ତେବେ ପରିବାର ଲୋକେ ସ୍ଥାନୀୟ ଆଶା ଦିଦିଙ୍କୁ ଖବର ଦେବା ପରେ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲା । ତେବେ ଆମ୍ବୁଲାନ୍ସ ଘାଟି ଉପରକୁ ଯାଇପାରିବ ନାହିଁ ବୋଲି ସଫା ସଫା ମନା କରିଦେବା ପରେ ପ୍ରାୟ ୩ କିଲୋମିଟରରୁ ଉର୍ଦ୍ଧ୍ବ ବାଟ ଚାଲି ଚାଲି ରୋଗକୁ ଏକ ଡାଲାରେ କାଉଡି଼ କରି ପରିବାର ଲୋକେ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଆଣିଥିଲେ ।
ଏହା ବି ପଢନ୍ତୁ- ଚାକିରି ନାଁରେ ବେକାର ଯୁବକ ଯୁବତୀଙ୍କୁ ଚୂନ ଲଗାଇଲା ଘରୋଇ ସଂସ୍ଥା