ଓଡିଶା

odisha

By

Published : Aug 14, 2020, 10:05 PM IST

ETV Bharat / state

MV 11ରେ ନୂଆବ୍ରିଜ ଉଦଘାଟନ କଲେ ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା

ମାଲକାନଗିରି ଠାରୁ ଚିତ୍ରକୋଣ୍ଡା ଯୋଗାଯୋଗ କରୁଥିବା ରାସ୍ତାର ଏକ ଗୁରୁତ୍ବପୂର୍ଣ୍ଣ ବ୍ରିଜ ଓଡିଶା ସରକାରଙ୍କ ମନ୍ତ୍ରୀ ପ୍ରତାପ ଜେନାର ଉଦଘାଟନ କରିଛନ୍ତି । ପୂର୍ବରୁ ଏହି ରାସ୍ତାରେ ବର୍ଷା ଦିନରେ ତଳୁଆ ବ୍ରିଜ ହୋଇଥିବାରୁ ଉପରେ ପାଣି ଯାଉଥିଲା ଯାହା ଫଳରେ ଲୋକେ ବହୁ ଅସୁବିଧା ସମ୍ମୁଖୀନ ହେଉଥିଲେ । ଅଧିକ ପଢନ୍ତୁ...

MV 11 ଗ୍ରାମର ନୂତନ ବ୍ରିଜକୁ ଉଦଘାଟନ କଲେ ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା
MV 11 ଗ୍ରାମର ନୂତନ ବ୍ରିଜକୁ ଉଦଘାଟନ କଲେ ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା

ମାଲକାନଗିରି: ପଞ୍ଚାୟତରାଜ ମନ୍ତ୍ରୀ ପୋଲ ଉଦଘାଟନ । ମାଲକାନଗିରି ଠାରୁ ଚିତ୍ରକୋଣ୍ଡା ଯୋଗାଯୋଗ କରୁଥିବା ରାସ୍ତାର ଏକ ଗୁରୁତ୍ବପୂର୍ଣ୍ଣ ବ୍ରିଜ ଓଡିଶା ସରକାରଙ୍କ ମନ୍ତ୍ରୀ ପ୍ରତାପ ଜେନା ଉଦଘାଟନ କରିଛନ୍ତି ।

MV 11 ଗ୍ରାମର ନୂତନ ବ୍ରିଜକୁ ଉଦଘାଟନ କଲେ ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା

ମାଲକାନଗିରି ଗସ୍ତରେ ଆସିଥିବା ଓଡିଶା ସରକାରଙ୍କ ମନ୍ତ୍ରୀ ପ୍ରତାପ ଜେନା ମାଲକାନଗିରି ଠାରୁ ଚିତ୍ରକୋଣ୍ଡା ମୁଖ୍ୟ ରାସ୍ତାର MV 11 ଗ୍ରାମ ନିକଟରେ ନୂତନ ଭାବରେ ନିର୍ମିତ ହୋଇଥିବା 4କୋଟି 20 ଲକ୍ଷ ଟଙ୍କା ବ୍ୟୟ ଅଟକଳ ର ଏକ ବ୍ରିଜକୁ ଉଦଘାଟନ କରିଛନ୍ତି । ବର୍ଷା ଦିନରେ ତଳୁଆ ବ୍ରିଜ ହୋଇଥିବାରୁ ଉପରେ ପାଣି ଯାଉଥିଲା ଯାହା ଫଳରେ ଲୋକେ ବହୁ ଅସୁବିଧା ସମ୍ମୁଖୀନ ହେଉଥିଲେ । ଏହି ପୋଲ ହେବା ପରେ ଏହି ଅଞ୍ଚଳର ଲୋକଙ୍କୁ ଆଉ ବନ୍ୟା ପରିସ୍ଥିତି ସାମ୍ନା କରିବାକୁ ପଡିବ ନାହିଁ ।

ସେହିଭଳି କୋରକୋଣ୍ଡା ଠାରେ ଏବଂ MV- 37 ଠାରେ ଅନ୍ୟ ଦୁଇଟି ବ୍ରିଜ ଚାଲୁ ରହିଛି । ଆଗାମୀ ଦିନରେ ଏହି ବ୍ରିଜ ସଂପୂର୍ଣ୍ଣ ହେଲେ ମାଲକାନଗିରି ଠାର ବାଲିମେଳା ମୁଖ୍ୟ ରାସ୍ତାରେ ବର୍ଷା ଦିନରେ ଆଉ ଲୋକଙ୍କୁ ଅସୁବିଧା ଭୋଗିବାକୁ ପଡ଼ିବ ନାହିଁ । ପୂର୍ବରୁ ରାସ୍ତା ଘାଟ ଜଳମଗ୍ନ ହୋଇ ମାଲକାନଗିରି ଜିଲ୍ଲା ବାହ୍ୟଜଗତରୁ ସଂପୂର୍ଣ୍ଣ ବିଛିନ୍ନ ହେଉଥିବା ବେଳେ ଲୋକେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହି ବ୍ରିଜ ବର୍ତ୍ତମାନ ଲୋକଙ୍କୁ ସହାୟତା ହୋଇପାରିବ ।

ମାଲକାନଗିରିରୁ ଦେବଦତ୍ତ ବେହେରା,ଇଟିଭି ଭାରତ

ABOUT THE AUTHOR

...view details