ଓଡିଶା

odisha

ETV Bharat / state

ମାଲକାନଗିରି ରକ୍ତ ଭଣ୍ଡାରରେ ନାହିଁ ରକ୍ତ, 300 ବଦଳରେ ଅଛି 3 ୟୁନିଟ

ମାଲକାନଗିରି ଜିଲ୍ଲା ହସ୍ପିଟାଲ ରକ୍ତ ଭଣ୍ଡାରରେ ଦେଖାଦେଇଛି ରକ୍ତ ଅଭାବ । ରକ୍ତ ପାଇଁ ଶତାଧିକ ରୋଗୀ ନିର୍ଭର କରୁଛନ୍ତି ପଡୋଶୀ ରାଜ୍ୟ ଉପରେ ।

By

Published : May 27, 2019, 2:54 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ମାଲକାନଗିରି: ଜିଲ୍ଲାର ରକ୍ତ ଭଣ୍ଡାରରେ ଏବେ ରକ୍ତର ଘୋର ଅଭାବ ଦେଖାଦେଇଛି । ବୁନ୍ଦାଏ ରକ୍ତ ପାଇଁ ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମାସକୁ 300ରୁ ଊର୍ଦ୍ଧ୍ବ ୟୁନିଟ ରକ୍ତର ଆବଶ୍ୟକ ପଡୁଥିବା ବେଳେ ଗଚ୍ଛିତ ଅଛି କେବଳ 3 ୟୁନିଟ ରକ୍ତ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ବିଶେଷ କରି ଜିଲ୍ଲା ରକ୍ତ ଭଣ୍ଡାରରେ 'ବି' ପଜେଟିଭ ଗୋଟିଏ ଓ 'ଏବି' ପଜେଟିଭି ରକ୍ତ ଦୁଇ ଗୋଟିଥିବା ବେଳେ ଅନ୍ୟାନ୍ୟ ଗ୍ରୁପର ରକ୍ତ ନଥିବା ରକ୍ତ ଭଣ୍ଡାର ପକ୍ଷରୁ କୁହାଯାଇଛି । ଅନ୍ୟପଟେ, ଡାକ୍ତରଖାନାରେ ରକ୍ତ ନ ପାଇ ରୋଗୀ ନାହିଁ ନଥିବା ହଇରାଣ ହେଉଥିବାର ଜଣାପଡ଼ିଛି ।

ସେପଟେ, ଜିଲ୍ଲା ଚିକିତ୍ସାଳୟ ଅପେକ୍ଷା ପଡୋଶୀ ରାଜ୍ୟ ଛତିଶଗଡ ଉପରେ ନିର୍ଭର କରୁଛନ୍ତି ଶତାଧିକ ରୋଗୀ । ତେଣୁ ସବୁ ବର୍ଗର ଲୋକେ ଯଦି ଏଥିପ୍ରତି ଧ୍ୟାନ ଦେଇ ସ୍ବେଚ୍ଛାକୃତ ରକ୍ତଦାନ କରିବାକୁ ରକ୍ତ ଭଣ୍ଡାର ପକ୍ଷରୁ ଅନୁରୋଧ କରାଯାଇଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ABOUT THE AUTHOR

...view details