ଓଡିଶା

odisha

ETV Bharat / state

ଗାଡ଼ି ପୂଜା ବେଳେ ପୂଜକଙ୍କ ମୃତ୍ୟୁ

ପୂଜା କରିବା ସମୟରେ ପୂଜକ ମୃତ୍ୟୁ । ନୂଆ ପିକଭ୍ୟାନ ପୂଜା କରିବାକୁ ଯାଇ ଘଟିଯାଇଛି ଏଭଳି ଅଭାବନୀୟ ଘଟଣା । ଏ ନେଇ ଏକ ମାମଲା ମଧ୍ୟ ରୁଜୁ କରାଯାଇଛି ।

By

Published : May 18, 2019, 9:29 AM IST

Updated : May 18, 2019, 11:41 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ମାଲକାନଗିରି: ମୃତ୍ୟୁ ଏମିତି ବି ଆସେ । ପୂଜା କରୁ କରୁ ଚାଲିଗଲା ପୂଜକଙ୍କ ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଥିଲି ବ୍ଲକ କୁତୁନିପାଲୀର ଦୁରକାଯୋଡି ଅଞ୍ଚଳରେ ।

ଉକ୍ତ ଗ୍ରାମର ତ୍ରିନାଥ ପୂଜାରୀ ନୂଆ ପିକଭ୍ଯାନ ଆଣିଥିବା ବେଳେ ଆଜି ଗାଡି ପୂଜା କରିଥିଲେ । ପୂଜକ ଚତୁର୍ଭୁଜ ମହାନ୍ତି ଗାଡିର ପୂଜା କରୁଥିବା ବେଳେ ହଠାତ ଗାଡିଟି ଚଢି ଯାଇଥିଲା । ଏହି ସମୟରେ ଗାଡ଼ିର ମାଲିକ ତ୍ରିନାଥ ପୂଜାରୀଙ୍କ ପୁଅ ଗାଡ଼ି ଚଳାଉଥିଲେ । ଫଳରେ ଘଟଣାସ୍ଥଳରେ ପୂଜକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ସେପଟେ, ପୂଜକ ଜଣକ ହେଉଛନ୍ତି ନେତାଲଗଞ୍ଜ ଅଞ୍ଚଳର ହୋଇଥିବା ବେଳେ ଏନେଇ ଥାନାରେ ଏକ ମାମଲା ରୁଜୁ କରାଯାଇଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Last Updated : May 18, 2019, 11:41 AM IST

For All Latest Updates

ABOUT THE AUTHOR

...view details