ଓଡିଶା

odisha

ETV Bharat / state

କିରୋସିନ କଳାବଜାରର ପର୍ଦ୍ଦାଫାଶ, ଜଣେ ଗିରଫ

ବେଆଇନ କିରୋସିନ ବିକ୍ରି କରୁଥିବା ଅଭିଯୋଗରେ ଜଣେ ବେପାରୀ ଗିରଫ । ପାଖାପାଖି 5ଲକ୍ଷରୁ ଊର୍ଦ୍ଧ୍ବ ମୂଲ୍ୟର କିରୋସିନ ଜବତ କରିଛି ପୋଲିସ ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ମାଲକାନଗିରି

By

Published : Jul 28, 2019, 5:21 PM IST

ମାଲକାନଗିରି: କିରୋସିନ କଳାବଜାର ଉପରେ ଚଢାଉ । ବେଆଇନ କିରୋସିନ ବିକ୍ରି କରୁଥିବା ଅଭିଯୋଗରେ ଜଣେ ବେପାରୀକୁ ଗିରଫ କରିବା ସହ ପାଖାପାଖି 12 ହଜାର ଲିଟର କିରୋସିନ ଜବତ କରିଛି ମାଲକାନଗିରି କାଲିମେଳା ପୋଲିସ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ମାଲକାନଗିରି

ଗିରଫ ବ୍ୟକ୍ତି ଜଣକ ହେଉଛନ୍ତି କାଲିମେଳାର ରବି ଭାସ୍କର ରାଓ । ସେ ଦୀର୍ଘଦିନ ଧରି କାଲିମେଳା ବ୍ଲକରେ କିରାସିନିର କଳା ବଜାରୀ କରିବା ସହ ଲୋକଙ୍କୁ କଳା ବଜାର କରି ଚଢା ଦରରେ କିରୋସିନ ବିକ୍ରି କରୁଥିଲେ ।

ଏନେଇ ତାଙ୍କ ପାଖରେ କୌଣସି ସରକାରୀ ପ୍ରାପ୍ତ ଲାଇସେନ୍ସ ନଥିବା ଜଣାପଡିଛି । ତାଙ୍କ ନିକଟରୁ ଜବତ ହୋଇଥିବା କିରୋସିନର ଆନୁମାନିକ ମୂଲ୍ୟ ପ୍ରାୟ 5ଲକ୍ଷରୁ ଅଧିକ ହେବ ବୋଲି ଜଣାପଡିଛି ।

ମାଲକାନଗିରିରୁ ଜୟନ୍ତ ତିଆଡ଼ି, ଇଟିଭି ଭାରତ

ABOUT THE AUTHOR

...view details