ମାଲକାନଗିରି: ପଦାରେ ପଡ଼ିଛି ନର୍ସଙ୍କ ଦାୟିତ୍ବହୀନତା। ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ କାର୍ଯ୍ୟରତ ନର୍ସ ଡ୍ୟୁଟି ସମୟରେ ଟିକଟକ ଭିଡିଓ ବନାଉଥିବାର ଏକ ଭିଡିଓ ସାମ୍ନାକୁ ଆସିଛି । ଯାହା ସେମାନଙ୍କର କାର୍ଯ୍ୟ ପ୍ରତି ଥିବା ଦାୟିତ୍ବକୁ ଦର୍ଶାଉଛି ।
ଡ୍ୟୁଟି ବେଳେ ଟିକଟକରେ ମାତିଲେ ନର୍ସ
କାର୍ଯ୍ୟରେ ନର୍ସ ଦିଦିଙ୍କ ଅବହେଳା। ଡ୍ୟୁଟିରେ ଥାଇ କଲେ ଟିକଟକ ଭିଡିଓ । ଏସଏନସିୟୁ ୱାର୍ଡରେ ଥିବା ପିଲାଙ୍କ ସହ ଭିଡିଓ ଏବେ ଭାଇରାଲ ହେଉଛି।
ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି
ଏସଏନସିୟୁରେ ଥିବା ପିଲାଙ୍କ ସହ ଭିଡିଓ ଏବେ ଭାଇରାଲ ହେବାକୁ ଲାଗୁଛି। ତାପସୀ ରଏ, ରୁବି ରାଏ ଓ ଜ୍ୟୋତି ରାଏ ଏହି ତିନି ଜଣ ନର୍ସ କିଭଳି ନିଜ କାମ କିଭଳି ଅବହେଳା କରୁଛନ୍ତି ତାହା ଏହି ଭିଡିଓରୁ ସ୍ପଷ୍ଟ ହୋଇଛି ।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ