ଓଡିଶା

odisha

ETV Bharat / state

ଭଙ୍ଗା ଘରେ ଆଦର୍ଶ ଅଙ୍ଗନବାଡି କେନ୍ଦ୍ର, ଦିଦିଙ୍କ ଘରେ ଚାଲିଛି ପିଲାଙ୍କ ପାଠପଢା - ଆଦର୍ଶ ଅଙ୍ଗନୱାଡି କେନ୍ଦ୍ର

ମାଲକାନଗିରି ସଦର ବ୍ଲକ ଏମ୍ ଭି ୧୦୧ଗାଁରେ ଥିବା ମଡେଲ୍ ଅଙ୍ଗନୱାଡି ସେଣ୍ଟର ୨ରେ ପଡିଛି ତାଲା। ଅଙ୍ଗନବାଡି କେନ୍ଦ୍ରର ଛାତ ଟିଣ ଉଡିଯାଇଥିବା ବେଳେ ବଡ ବଡ ଗାତ ଥିବାରୁ ବାହାରୁଛନ୍ତି ବିଷଧର ସାପ। ଅଧିକ ପଢନ୍ତୁ

ଭଙ୍ଗା ଘରେ ଆଦର୍ଶ ଅଙ୍ଗନବାଡି କେନ୍ଦ୍ର
ଭଙ୍ଗା ଘରେ ଆଦର୍ଶ ଅଙ୍ଗନବାଡି କେନ୍ଦ୍ର

By

Published : May 11, 2023, 9:41 PM IST

ଭଙ୍ଗା ଘରେ ଆଦର୍ଶ ଅଙ୍ଗନବାଡି କେନ୍ଦ୍ର

ମାଲକାନଗିରି : ଅଙ୍ଗନବାଡି କେନ୍ଦ୍ରର କାନ୍ଥରେ ବଡବଡ ଅକ୍ଷରରେ ଲେଖାଯାଇଛି ଆଦର୍ଶ ଅଙ୍ଗନୱାଡି କେନ୍ଦ୍ର । ପିଲାମାନଙ୍କ ପାଇଁ ରଙ୍ଗ ବେରଙ୍ଗର ଚିତ୍ର ବି ହୋଇଛି ହେଲେ ଆଦର୍ଶ ଅଙ୍ଗନୱାଡି କେନ୍ଦ୍ରରେ ପଡିଛି ତାଲା । ଏନେଇ ଅଙ୍ଗନୱାଡି ଦିଦିଙ୍କ ଘରେ ଚାଲିଛି ଛୋଟଛୋଟ ପିଲାମାନଙ୍କ ଖେଳକୁଦ ସହ ପାଠପଢା । କାରଣ ଅଙ୍ଗନୱାଡି କେନ୍ଦ୍ର ଗୃହର ଦୁଇ ବର୍ଷ ହେବ ଛାତ ଟିଣ ଉଡିଯାଇଥିବା ବେଳେ ବାହାରୁଛି ବିଷଧର ସାପ ବୋଲି ଅଭିଯୋଗ ହୋଇଛି । ତେବେ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ସଦର ବ୍ଲକ ଏମ୍ ଭି ୧୦୧ଗାଁରେ ଥିବା ଆଦର୍ଶ ଅଙ୍ଗନୱାଡି ସେଣ୍ଟର ୨ରେ ।

ସୂଚନା ମୁତାବକ , ଏମ୍ ଭି ୧୦୧ଗାଁର ଅଙ୍ଗନୱାଡି କର୍ମୀ ଲକ୍ଷ୍ମୀ ବିସ୍ବାସଙ୍କ ଘରେ କୁନି କୁନି ପିଲାଙ୍କୁ ପାଠ ପଢାଯାଉଛି। ଏଥିସହ ନାଚ ଗୀତ ସାଙ୍ଗ କୁ ଖାଦ୍ୟ ବି ଦିଆଯାଉଛି। ଗାଁରେ ଥିବା ଅଙ୍ଗନବାଡି କେନ୍ଦ୍ରର କାନ୍ଥରେ ବଡବଡ ଅକ୍ଷରରେ ଆଦର୍ଶ ଅଙ୍ଗନୱାଡି କେନ୍ଦ୍ର ଏମ୍ ଭି ୧୦୧ଲେଖାଯାଇଥିବା ବେଳେ ସୁନ୍ଦର ସୁନ୍ଦର ପିଲାମାନଙ୍କ ପାଇଁ ରଙ୍ଗ ବେରଙ୍ଗର ଚିତ୍ରବି ହୋଇଛି କାନ୍ଥରେ । ହେଲେ ଅଙ୍ଗନବାଡି କେନ୍ଦ୍ରର ଛାତ ଉପର ଟିଣ ନଥିବା ବେଳେ ବଡବଡ ଗାତ ଥିବାରୁ ବିଷାକ୍ତ ସାପ ବୁଲୁଥିବା ଅଙ୍ଗନୱାଡି ଦିଦି କହିଛନ୍ତି । ଏଭଳି ପରିସ୍ଥିତି ଦୀର୍ଘ ଦୁଇ ରୁ ତିନି ବର୍ଷ ହୋଇଥିଲେ ମଧ୍ୟ କେହିବି ଏହାର ଉପରେ ଦୃଷ୍ଟି ପକାଇ ନାହାନ୍ତି । ଏଥିନେଇ ସେ ଉପରସ୍ଥ ଅଧିକାରୀଙ୍କୁ ଜଣାଇବା ପରେ କେନ୍ଦ୍ର ବିପଦ ସଙ୍କୁଳ ଅବସ୍ଥାରେ ଥିବାରୁ ସିଡିପିଓ ଓ ସୁପରଭାଇଜର ତାଙ୍କୁ ସେଣ୍ଟର ରେ କ୍ଲାସ୍ ନ କରିବାକୁ କହିଥିଲେ । ଏନେଇ ତାଙ୍କ ଘରେ କିମ୍ବା ଅନ୍ୟ କାହା ଘରେ ପିଲାମାନଙ୍କ କ୍ଲାସ୍ କରିବା ପାଇଁ ପରାମର୍ଶ ଦେଇଥିଲେ । ତେଣୁ ସେ ନିଜ ଘରେ କ୍ଲାସ କରୁଥିବା ଅଙ୍ଗନୱାଡିକର୍ମୀ କହିଛନ୍ତି ।

ସେହିପରି ଅଙ୍ଗନୱାଡି ସେଣ୍ଟରର ଦୁଇ ବର୍ଷ ହେବ ଏଭଳି ସ୍ଥିତି ହେବା ପରେ ଗ୍ରାମବାସୀ ମାନେ ମାଲକାନଗିରି ସିଡିପିଓ , ବିଡିଓ ଓ ସ୍ଥାନୀୟ ସରପଞ୍ଚଙ୍କୁ ବାରମ୍ବାର ଅଭିଯୋଗ କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ପରେ ତତ୍କାଳୀନ ବିଡିଓ ତଥା ଦାୟିତ୍ବ ଥିବା ତହସିଲଦାର ସେହି ଗାଁକୁ ଯାଇ ନୂଆ ସେଣ୍ଟର କରିବା ପାଇଁ ଯାଗା ଚିହ୍ନଟ କରିଥିଲେ । କିନ୍ତୁ ତାଙ୍କର ଅନ୍ୟତ୍ର ବଦଳି ହୋଇଯିବାରୁ ସେଠାରେ ଆଉ ନୂତନ ଅଙ୍ଗନୱାଡି ସେଣ୍ଟର ହୋଇପାରିନି ବୋଲି କହିଛନ୍ତି ଗ୍ରାମବାସୀ। ଏହା ପରେବି ବର୍ତ୍ତମାନର ବିଡିଓ ଙ୍କୁ ଗ୍ରାମବାସୀ ଓ ୱାର୍ଡ ମେମ୍ବର ଅଭିଯୋଗ କରିଥିଲେ ମଧ୍ୟ ବିଡିଓ କର୍ଣ୍ଣପାତ କରୁନଥିବା ସହ ଛୋଟଛୋଟ ଶିଶୁମାନଙ୍କ ଭବିଷ୍ୟତ ସହ ଖେଳୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଅନ୍ୟପଟେ ଏହି ଘଟଣା ବାବଦରେ ଡି ଏସ୍ ଡବ୍ଲୁ ଓ କହିଛନ୍ତି ଯେ ଗତକାଲି ହିଁ ସିଡିପିଓ ଏହି ଘଟଣା ବିଷୟରେ ଜଣାଇଛନ୍ତି । ଯେହେତୁ ଉକ୍ତ ଘରଟି ଅନୁପଯୋଗ ହୋଇଛି କି ନାହିଁ ତାହାର ପ୍ରମାଣ ତାଙ୍କ ପାଖରେ ନାହିଁ ଏଣୁ ବିଡିଓ ଓ ନିର୍ବାହୀଯନ୍ତ୍ରୀଙ୍କୁ ନେଇ ସେହି ଘରକୁ ଦେଖାଇବା ପାଇଁ ସିଡିପିଓଙ୍କୁ କହିଛନ୍ତି । ଯଦି ବିଡିଓ ଓ ଯନ୍ତ୍ରୀ ସେହି ଗୃହକୁ ଅନୁପଯୋଗୀ ଘୋଷଣା କରନ୍ତି ତେବେ ନୂଆ ବିଲ୍ଡିଂ ପାଇଁ ପରାମର୍ଶ ଦିଆଯିବ।

ଦୀର୍ଘ ଦୁଇ ବର୍ଷ ହେବ ଏଭଳି ପରିସ୍ଥିତିରେ ଚାଲିଛି ଆଦର୍ଶ ଅଙ୍ଗନୱାଡି ସେଣ୍ଟର ଚାଲିଥିବା ବେଳେ ତେବେ କେବେ ଛୋଟଛୋଟ ପିଲାଙ୍କ ପାଇଁ ପ୍ରଶାସନ ଓ ସ୍ଥାନିୟ ଲୋକ ପ୍ରତିନିଧିଙ୍କ ଆଖି ଖୋଲିବ ଏବଂ ପିଲାମାନଙ୍କ ପାଇଁ କେବେ ଖୋଲିବ ନୂତନ ଆଦର୍ଶ ଅଙ୍ଗନୱାଡି କେନ୍ଦ୍ର ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details