ଓଡିଶା

odisha

ETV Bharat / state

ମାଓବାଦୀଙ୍କ ନୂଆ ରଣନୀତି: ଲୋକଙ୍କୁ ଦଳରେ ସାମିଲ କରିବା ପାଇଁ କଲେ ନାଚଗୀତ

ଲୋକଙ୍କୁ ମାଓ ଦଳରେ ସାମିଲ କରିବା ପାଇଁ ମାଓବାଦୀ ମାନେ ବିଭିନ୍ନ ନାଚ ଗୀତ ମାଧ୍ୟମରେ ସେମାନଙ୍କୁ ପ୍ରବର୍ତ୍ତାଉଛନ୍ତି ।

By

Published : Feb 13, 2019, 4:02 PM IST

ଫଟୋ ସୌଜନ୍ୟ: ସମ୍ୱାଦଦାତା, ମାଲକାନଗିରି

ମାଲକାନଗିରି: ଜିଲ୍ଲା ସୀମାନ୍ତ ଛତିଶଗଡରେ ମାଓବାଦୀଙ୍କ ନୂଆ ରଣନୀତି ଦେଖିବାକୁ ମିଳିଛି । ମାଓବାଦୀ ଜନ ସାଧାରଣଙ୍କୁ ପୋଲିସ ଇନଫର୍ମର ସନ୍ଦେହରେ ପୂର୍ବରୁ ହତ୍ୟା କରୁଥିବା ସହ ଅତ୍ୟାଚାର କରୁଥିବା ଘଟଣା ନଜରକୁ ଆସିଥିବା ବେଳେ ଏବେ ମାଓବାଦୀଙ୍କ ନୂଆ ଭିଡିଓ ଭାଇରାଲ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ୱାଦଦାତା, ମାଲକାନଗିରି
ମାଲକାନଗିରି ସୀମାନ୍ତ ଛତିଶଗଡ ରାଜ୍ୟର ମାଓପ୍ରବଣ ଅଞ୍ଚଳରେ ମାଓବାଦୀ ମାନେ ଗ୍ରାମବାସୀଙ୍କ ପାଖରେ ପହଞ୍ଚି ଲୋକଙ୍କୁ ଯୋଗାଉଛନ୍ତି ସ୍ୱାସ୍ଥ୍ୟ ସେବା । ଲୋକଙ୍କୁ ମାଓ ଦଳରେ ସାମିଲ କରିବା ପାଇଁ ମାଓବାଦୀ ମାନେ ବିଭିନ୍ନ ନାଚ ଗୀତ ମାଧ୍ୟମରେ ସେମାନଙ୍କୁ ପ୍ରବର୍ତ୍ତାଉଛନ୍ତି । ଗ୍ରାମବାସୀ ମଧ୍ୟ ମାଓବାଦୀଙ୍କ ଏହି ମେଳିରେ ଯୋଗ ଦେଇ ବିଭିନ୍ନ ସୁବିଧାର ଲାଭ ଉଠାଉଛନ୍ତି । ସରକାରୀ ସୁବିଧାରୁ ବଞ୍ଚିତ ଥିବା ଏହି ମାଓ ପ୍ରବଣ ଅଞ୍ଚଳରେ ମାଓବାଦୀଙ୍କ ଏଭଳି ପ୍ରୟାସ ସାଧାରଣ ଜନତାଙ୍କୁ ମାଓବାଦୀଙ୍କ ପ୍ରତି ଆକ୍ରୁଷ୍ଟ କରୁଛି । ଯଥାଶିଘ୍ର ସରକାର ଏହା ଉପେର କଡା ପଦକ୍ଷେପ ନେବାର ଆବଶ୍ୟକତା ରହିଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ABOUT THE AUTHOR

...view details