ଓଡିଶା

odisha

ETV Bharat / state

ଅର୍ଦ୍ଧସାମରିକ ବାହିନୀକୁ ନକ୍ସଲଙ୍କ ଚ୍ୟାଲେଞ୍ଜ, ପାଳିଲେ ଶହୀଦ ଦିବସ

ସ୍ୱାଭିମାନ ଅଞ୍ଚଳରେ ପୋଲିସ ଅର୍ଦ୍ଧସାମରିକ ବାହିନୀକୁ ଚ୍ୟାଲେଞ୍ଜ କରି ନକ୍ସଲ ଶହୀଦ ଦିବସ ପାଳନ କରିଛନ୍ତି ।

By

Published : Jul 31, 2020, 10:08 AM IST

sahid divas
ପୋଲିସ ଅର୍ଦ୍ଧସାମରିକ ବାହିନୀକୁ ନକ୍ସଲଙ୍କ ଚ୍ୟାଲେଞ୍ଜ

ମାଲକାନଗିରି: ଶହୀଦ ଦିବସ ପାଳିଲେ ନକ୍ସଲ । ସ୍ୱାଭିମାନ ଅଞ୍ଚଳରେ ପୋଲିସ ଅର୍ଦ୍ଧସାମରିକ ବାହିନୀକୁ ଚ୍ୟାଲେଞ୍ଜ କରି ନକ୍ସଲ ଶହୀଦ ଦିବସ ପାଳନ କରିଛନ୍ତି ।

ପୋଲିସ ଅର୍ଦ୍ଧସାମରିକ ବାହିନୀକୁ ନକ୍ସଲଙ୍କ ଚ୍ୟାଲେଞ୍ଜ

ନିଜର ପତିଆରା ଜାହିର କରିବାକୁ ବିରାଟ ନକ୍ସଲମାନେ ଏହି ଆୟୋଜନ କରିଛନ୍ତି। ଏଥିରେ ଶହ ଶହ ଲୋକ ସାମିଲ ହୋଇ ସରକାର ବିରୋଧୀ ନାରା ଦେଇଛନ୍ତି। ଏଥିସହ ପୋଲିସ ଗୁଳିରେ ମୃତ୍ୟୁ ହୋଇଥିବା କମ୍ରେଡ଼ମାନଙ୍କ ଉଦ୍ଦେଶ୍ୟରେ ସ୍ମୃତିଚାରଣ ମଧ୍ୟ କରାଯାଇଛି ।

ପୋଲିସ ଅର୍ଦ୍ଧସାମରିକ ବାହିନୀକୁ ନକ୍ସଲଙ୍କ ଚ୍ୟାଲେଞ୍ଜ

ସ୍ୱଭିମାନ ଅଞ୍ଚଳରେ ପୋଲିସର ଘନ ଘନ ଚଢ଼ାଉ ସର୍ତ୍ତ୍ବେ ନକ୍ସଲ ଏହାକୁ ଖାତିର ନକରି ପୋଲିସମାନଙ୍କୁ ଖୋଲା ଚ୍ୟାଲେଞ୍ଜ କରି ଶହୀଦ ସପ୍ତାହ ପାଳନ କରୁଛନ୍ତି। ଅଞ୍ଚଳରେ ବର୍ଷା ଲାଗିରହିଥିବା ସର୍ତ୍ତ୍ବେ ଲୋକେ ଲାଲ ପତାକା ଧରି ରାଲି କରିଥିଲେ।

ପୋଲିସ ଅର୍ଦ୍ଧସାମରିକ ବାହିନୀକୁ ନକ୍ସଲଙ୍କ ଚ୍ୟାଲେଞ୍ଜ
ପୋଲିସ ଅର୍ଦ୍ଧସାମରିକ ବାହିନୀକୁ ନକ୍ସଲଙ୍କ ଚ୍ୟାଲେଞ୍ଜ

ଗୁରୁପ୍ରିୟା ସେତୁକୁ ବିରୋଧ କରିବା ସହ ସରକାର ଓ ପୋଲିସର ଅତ୍ୟାଚାର ବିରୋଧରେ ସ୍ଲୋଗାନ ଦେଇଥିଲେ। ନିର୍ମାଣ ହୋଇଥିବା ଶହୀଦସ୍ତମ୍ଭ ନିକଟରେ ସହିଦଙ୍କୁ ମନେପକାଇବା ସହ ଆଦିବାସୀ ଭାଷାରେ ଗୀତ ଗାଇ ଲୋକଙ୍କୁ ପ୍ରଭାବିତ କରିଥିଲେ । ତେବେ ଏହି ଅବସରରେ ସ୍ୱଭିମାନ ଅଞ୍ଚଳର ବିକାଶ କରାନଯିବା ଏବଂ ଅର୍ଦ୍ଧସାମରିକ ବାହିନୀ ପଛରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେବାକୁ ନକ୍ସଲମାନେ ନିନ୍ଦା କରିଛନ୍ତି।

ପୋଲିସ ଅର୍ଦ୍ଧସାମରିକ ବାହିନୀକୁ ନକ୍ସଲଙ୍କ ଚ୍ୟାଲେଞ୍ଜ

ଆହୁରି ମଧ୍ୟ ନକ୍ସଲମାନେ ସ୍ୱାଭିମାନ ଅଞ୍ଚଳରେ ପୋଷ୍ଟର ଏବଂ ଵ୍ୟାନର ଲଗାଇଛନ୍ତି। ତେବେ ଆସନ୍ତା ଅଗଷ୍ଟ 3 ତାରିଖ ପର୍ଯ୍ୟନ୍ତ ଶହୀଦ ସପ୍ତାହ ପାଳନ କରିବେ ନକ୍ସଲ। ଏପଟେ କୋରୋନା ନିୟମକୁ ନକ୍ସଲମାନେ ବେଖାତିର କରିଥିବା ଦେଖିବାକୁ ମିଳିଛି । ସେଠାରେ ଉପସ୍ଥିତ ଥିବା ଲୋକମାନେ ସାମାଜିକ ଦୂରତା ରକ୍ଷା କରିନଥିବା ସହ ମୁହଁରେ ମାସ୍କ ମଧ୍ୟ ପିନ୍ଧିନଥିଲେ ।

ପୋଲିସ ଅର୍ଦ୍ଧସାମରିକ ବାହିନୀକୁ ନକ୍ସଲଙ୍କ ଚ୍ୟାଲେଞ୍ଜ

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ABOUT THE AUTHOR

...view details