ଓଡିଶା

odisha

ETV Bharat / state

ଲାଲବାହିନୀର ଲଙ୍କାକାଣ୍ଡ: ଜେସିବି ସହ ଜାଳିଦେଲେ 2ଟି ଟ୍ରକ

ଦିନ ଦ୍ଵିପହରରେ ପୁଣି ଦେଖିବାକୁ ମିଳିଛି ଲାଲ ବାହିନୀର ଲାଲ ତାଣ୍ଡବ ଚିତ୍ର । ମାଲକାନଗିରି ଛତିଶଗଡ ସୀମାନ୍ତରେ ଗାଡି ପୋଡି ପୁଣିଥରେ ନିଜ ସ୍ଥିତି ଜାହିର କରିଛନ୍ତି ମାଓବାଦୀ ।

By

Published : May 14, 2019, 7:02 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ମାଲକାନଗିରି: କିଛି ଦିନର ବ୍ୟବଧାନ ପରେ ଲାଲଗଡରେ ପୁଣି ଥରେ ଦେଖିବାକୁ ମିଳିଛି ମାଓ ତାଣ୍ଡବ । ମାଲକାନଗିରି ଛତିଶଗଡ ସୀମାନ୍ତରେ ଗାଡି ପୋଡି ପୁଣିଥରେ ନିଜ ସ୍ଥିତି ଜାହିର କରିଛନ୍ତି ମାଓବାଦୀ । କମ୍ପାନୀ କାମରେ ନିୟୋଜିତ ହୋଇଥିବା ୩ଟି ଗାଡିକୁ ଏକା ସାଙ୍ଗରେ ପୋଡି ଦେଇଛନ୍ତି ଲାଲ ବାହିନୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ଦନ୍ତେୱାଡା ଜିଲ୍ଲା କିରନଣ୍ଡୁଲ ଅଞ୍ଚଳର ଏସଆର ପ୍ଳାଣ୍ଟର ଗୋଟିଏ ଜେସିବି ସହ ୨ଟି ଟ୍ରକକୁ ନକ୍ସଲ ମାନେ ନିଆଁ ଲଗାଇ ପୋଡି ଦେଇଛନ୍ତି । ଏହି ଘଟଣାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି । ଘଟଣାସ୍ଥଳରେ ସୁରକ୍ଷାକର୍ମୀ ପହଞ୍ଚି ସ୍ଥିତିକୁ ଆୟତ୍ତ କରିଛନ୍ତି ।

ତେବେ ଓଡିଶା, ତେଲେଙ୍ଗାନା ଓ ଛତିଶଗଡରେ ପୋଲିସର ଜୋରଦାର ଅପରେସନରେ ଯୋଗୁଁ ରକ୍ତମୁଖା ହୋଇ ଉଠିଛନ୍ତି ଲାଲବାହିନୀ ।


ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ABOUT THE AUTHOR

...view details