ଓଡିଶା

odisha

ETV Bharat / state

ମାଲକାନଗିରି କୋଭିଡ ହସ୍ପିଟାଲରେ ଗର୍ଭବତୀଙ୍କ ପ୍ରସବ ଘଟଣା, ଟ୍ବିଟରେ ନବୀନଙ୍କ ପ୍ରଶଂସା

ମାଲକାନଗିରି କୋଭିଡ ହସ୍ପିଟାଲରେ ଜଣେ ଗର୍ଭବତୀ ମହିଳା ତାଙ୍କ ଶିଶୁଙ୍କର ସ୍ବତନ୍ତ୍ର ଚିକିତ୍ସା କରାଯାଉଛି । ଡାକ୍ତର ମାଆ ଓ ଶିଶୁକନ୍ୟାକୁ ବଞ୍ଚାଇ ରଖିବାରେ ସଫଳ ହୋଇଛନ୍ତି । ଏହି ଦୁଇ ମାଆ ଓ ନବ ଜନ୍ମିତ ଶିଶୁକୁ କୋଭିଡ ହସ୍ପିଟାଲରେ ସ୍ବତନ୍ତ୍ର କଠୋରୀରେ ଚିକିତ୍ସା କରାଯାଉଥିବା ନେଇ ସୋମବାର ମୁଖ୍ୟମନ୍ତ୍ରୀ ନିଜେ ଟ୍ବିଟ କରିଛନ୍ତି । ଅଧିକ ପଢନ୍ତୁ..

ମାଲକାନଗିରିରେ ନବଜାତକର ସଫଳ ଚିକିତ୍ସା, ଟ୍ବିଟରେ ନବୀନଙ୍କ ପ୍ରଶଂସା
ମାଲକାନଗିରିରେ ନବଜାତକର ସଫଳ ଚିକିତ୍ସା, ଟ୍ବିଟରେ ନବୀନଙ୍କ ପ୍ରଶଂସା

By

Published : Jul 13, 2020, 7:14 PM IST

ମାଲକାନଗିରି: ଜିଲ୍ଲାର କୋଭିଡ ହସ୍ପିଟାଲରେ କୋରୋନା ସଂକ୍ରମିତ ଗର୍ଭବତୀ ମହିଳା ଭର୍ତ୍ତି ହେବା ପରେ ମେଡିକାଲ କର୍ତ୍ତୃପକ୍ଷ ସେହି ମହିଳାଙ୍କର ସଠିକ୍ ଯତ୍ନ ନେଇଥିଲେ । ଉକ୍ତ ମହିଳାଙ୍କର ଗୋଟିଏ କନ୍ୟା ସନ୍ତାନ ମଧ୍ୟ ଜନ୍ମ ହେଇଥିଲା ।

ମାଲକାନଗିରିରେ ନବଜାତକର ସଫଳ ଚିକିତ୍ସା, ଟ୍ବିଟରେ ନବୀନଙ୍କ ପ୍ରଶଂସା

ପରେ ସେହି ନବଜାତକକୁ ସ୍ବତନ୍ତ୍ର ଚିକିତ୍ସା କରାଯାଇଥିଲା । ତେବେ ମାଆ ଓ ନବ ଜନ୍ମିତ ଶିଶୁକୁ କୋଭିଡ ହସ୍ପିଟାଲରେ ସ୍ବତନ୍ତ୍ର କଠୋରୀରେ ଚିକିତ୍ସା କରାଯାଉଥିବା ନେଇ ସୋମବାର ମୁଖ୍ୟମନ୍ତ୍ରୀ ନିଜେ ଟ୍ବିଟ କରିଛନ୍ତି ।

ମାଲକାନଗିରିରେ ନବଜାତକର ସଫଳ ଚିକିତ୍ସା, ଟ୍ବିଟରେ ନବୀନଙ୍କ ପ୍ରଶଂସା

ଟ୍ବିଟରେ ନବୀନ ଲେଖିଛନ୍ତି, ମାଲକାନଗିରି କୋଭିଡ ହସ୍ପିଟାଲରେ ଜଣେ ଗର୍ଭବତୀ ମହିଳା ତାଙ୍କ ଶିଶୁଙ୍କର ସ୍ବତନ୍ତ୍ର ଚିକିତ୍ସା କରାଯାଉଛି । ଡାକ୍ତର ମାଆ ଓ ଶିଶୁକନ୍ୟାକୁ ବଞ୍ଚାଇ ରଖିବାରେ ସଫଳ ହୋଇଛନ୍ତି । କୋଭିଡ ମହାମାରୀ ସମୟରେ ଓଡିଶା ସରକାର ଗର୍ଭବତା ମହିଳା ଏବଂ ନବତାଜତ ଶିଶୁଙ୍କୁ ସଠିକ୍ ଏବଂ ଉପଯୁକ୍ତ ଯତ୍ନ ନେବା ସହ ସେମାନଙ୍କୁ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦେଉଛନ୍ତି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ABOUT THE AUTHOR

...view details