ଓଡିଶା

odisha

ETV Bharat / state

ମାଲକାନଗିରିରେ 7 ମେଡିକାଲ କର୍ମଚାରୀଙ୍କୁ କୋରୋନା - କୋରୋନା ଚିହ୍ନଟ

ମାଲକାନଗିରି ଜିଲ୍ଲାରେ 7 ମେଡିକାଲ କର୍ମଚାରୀଙ୍କ ସହ 11 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ କିଛିଦିନ ହେବ ଜିଲ୍ଲାରେ କୋରୋନା ଚିହ୍ନଟ ପରେ ଚିନ୍ତା ବଢୁଛି । ଅଧିକ ଖବର ପଢନ୍ତୁ...

ମାଲକାନଗିରିରେ 7 ମେଡିକାଲ କର୍ମଚାରୀଙ୍କୁ କୋରୋନା
ମାଲକାନଗିରିରେ 7 ମେଡିକାଲ କର୍ମଚାରୀଙ୍କୁ କୋରୋନା

By

Published : Jul 14, 2020, 1:27 PM IST

ମାଲକାନଗିରି: ଜିଲ୍ଲାରେ 7 ମେଡିକାଲ କର୍ମଚାରୀଙ୍କ ସହ 11 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ କିଛିଦିନ ହେବ ଜିଲ୍ଲାରେ କୋରୋନା ଚିହ୍ନଟ ପରେ ଚିନ୍ତା ବଢୁଛି । ଚିହ୍ନଟ ହେଉଥିବା ରୋଗୀଙ୍କ ମଧ୍ୟରେ ଅଧିକାଂଶ ମାଲକାନଗିରି ପୌରାଞ୍ଚଳ ଓ ବାଲିମେଳା ଏନଏସି ମଧ୍ୟରେ । ଏହା ସହ ଏବେ ଚିନ୍ତା ବଢାଇଛି ଜିଲ୍ଲାର ଚିକିତ୍ସାଳୟ ଗୁଡିକ । ।

ଆଜି ଚିହ୍ନଟ ହୋଇଥିବା 11 ଜଣଙ୍କ ମଧ୍ୟରେ 7 ଜଣ ରହିଛନ୍ତି ମେଡିକାଲ କର୍ମଚାରୀ। ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଚାରି ଜଣ ଥିବା ବେଳେ ଅନ୍ୟ ତିନି ଜଣ ମାଥିଲି ଉପଖଣ୍ଡ ଚିକିତ୍ସାଳୟର ରହିଛନ୍ତି । ବାକି 4ଜଣ ଲୋକାଲ କେସ ରହିଛି।

ମାଲକାନଗିରିରେ 7 ମେଡିକାଲ କର୍ମଚାରୀଙ୍କୁ କୋରୋନା

ଗତ କିଛିଦିନ ତଳେ ସଦର ମହକୁମା ଚିକିତ୍ସାଳୟରେ କୋରୋନା ରୋଗୀ ଚିହ୍ନଟ ହେବା ପରେ ମୁଖ୍ୟ ଓପିଡି ବନ୍ଦ ଥିବା ବେଳେ ଭର୍ତ୍ତି ହୋଇଥିବା ରୋଗୀ ଡିସଚାର୍ଜ ହୋଇ ଘରକୁ ଚାଲିଯାଇଥିଲେ । ଆଜି ମଧ୍ୟ ମାଥିଲି ଚିକିତ୍ସାଳୟରେ କର୍ମଚାରୀ ପଜିଟିଭ ଚିହ୍ନଟ ହେବା ପରେ ସେଠାରେ ମଧ୍ୟ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି ।

ମାଲକାନଗିରିରେ 7 ମେଡିକାଲ କର୍ମଚାରୀଙ୍କୁ କୋରୋନା

10 ପ୍ରତିଶତ ରୋଗୀ ମଧ୍ୟ ଚିକିତ୍ସାଳୟ ଆସୁନଥିବା ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ ଯେ, ମାଲକାନଗିରି ଜିଲ୍ଲାରେ ମୋଟ 195 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ 107 ଜଣ ସୁସ୍ଥ ହୋଇଛନ୍ତି ଏବଂ 88ଜଣ ସକ୍ରିୟ ଅଛନ୍ତି। ଏନେଇ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ABOUT THE AUTHOR

...view details