ମାଲକାନଗିରି: ଦିନକୁ ଦିନ ବଢି ଚାଲିଥିବା ମାଓ ହିଂସାକୁ ନଜରରେ ରଖି ସାରା ଦେଶରେ ଜାରି ରହିଛି ମାଓ ଦମନ କାର୍ଯ୍ୟକ୍ରମ । ତଥାପି କାନ୍ଧରେ ଅତ୍ୟାଧୁନିକ ବନ୍ଧୁକ ଓ ହାତରେ ବାଜା ବଜେଇ ନାଚଗୀତରେ ମସଗୁଲ ଲାଲବାହିନୀ । ସ୍ଥାନୀୟ ବାସିନ୍ଦାଙ୍କ ଉପସ୍ଥିତିରେ ଛତିଶଗଡରେ ନିଜ ସ୍ଥିତି ଜାହିର କରିଛି ମାଓ ସଙ୍ଗଠନ । ବିଜୟ ଦିବସ ଅବସରରେ ଏହି କାର୍ଯ୍ୟକ୍ରମର ଆୟୋଜନ ହୋଇଥିବା ଅନୁମାନ କରାଯାଉଛି ।
ଗତ ଜୁଲାଇ 28ରୁ ଅଗଷ୍ଟ 3 ତାରିଖ ପର୍ଯ୍ୟନ୍ତ ମାଓବାଦୀ ପାଳିଥିଲେ ଶହୀଦ ସପ୍ତାହ । ଆଉ ଏହା ସଫଳ ହେବ ପରେ ମାଓବାଦୀ ପାଳୁଛନ୍ତି ବିଜୟ ଉତ୍ସବ। ଏହି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକୁମା, ଦନ୍ତେୱାଡା ଏବଂ ବିଜାପୁରର ସୀମାବର୍ତ୍ତି ଜଙ୍ଗଲରେ । ମାଓବାଦୀଙ୍କ ଏହି କାର୍ଯ୍ୟକ୍ରମ 3 ଦିନ ଧରି ଚାଲିଥିଲା । ଏହାକୁ ଦକ୍ଷିଣ ବସ୍ତର ବ୍ୟୁରୋ ମାଓ ସଙ୍ଗଠନ ପକ୍ଷରୁ ଆୟୋଜିତ କରାଯାଇଥିଲା ।