ଓଡିଶା

odisha

ETV Bharat / state

ଲାଲଗଡ଼ରେ ମାଓ ପ୍ରଭାବ: ଧମକ ଦେଲେ, ଲଞ୍ଚ ରଖିଲେ

ମାଓ ଭୟରେ ଏହି ଅଞ୍ଚଳରେ ଗୋଟିଏ ବି ପୁଲିଂ ହୋଇନଥିବା ବେଳେ ଯାତାୟତ ପାଇଁ ଲଞ୍ଚ ଓ ସେଗୁଡ଼ିକର କର୍ମଚାରୀଙ୍କୁ ଅଟକ ରହିଥିବା ଜଣାପଡ଼ିଛି ।

By

Published : Apr 12, 2019, 12:35 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ମାଲକାନଗିରି

ମାଲକାନଗିରି: ନିର୍ବାଚନ ସମୟରେ ବି ଲାଲବାହିନୀ କବଜାରେ ଲାଲଗଡ଼ । ସ୍ବାଭିମାନ ଅଞ୍ଚଳ କୁହାଯାଉଥିବା ଚିତ୍ରକୋଣ୍ଡା ଅଞ୍ଚଳରେ ବି ଦେଖିବାକୁ ମିଳିଛି ମାଓବାଦୀଙ୍କ ଦବଦବା । ମାଓ ଭୟରେ ଏହି ଅଞ୍ଚଳରେ ଗୋଟିଏ ବି ପୁଲିଂ ହୋଇନଥିବା ବେଳେ ଯାତାୟତ ପାଇଁ ଲଞ୍ଚ ଓ ସେଗୁଡ଼ିକର କର୍ମଚାରୀଙ୍କୁ ଅଟକ ରହିଥିବା ଜଣାପଡ଼ିଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ମାଲକାନଗିରି

ଗୁରୁବାର ଥିବା ସପ୍ତଦଶ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ । ମାଓବାଦୀଙ୍କ ଧମକ ଯୋଗୁଁ ଥରହର ହେଲେ ବିଚ୍ଛିନ୍ନାଞ୍ଚଳବାସୀ। ଗୁରୁବାର ରାଜ୍ୟରେ 4ଟି ଲୋକସଭା ଓ 28ଟି ବିଧାନସଭା ଆସନ ପାଇଁ ଭୋଟିଂ ପ୍ରକ୍ରିୟା ଚାଲିଥିବା ବେଳେ ଏପଟେ ଘରୁ ଗୋଡ କାଢିନଥିଲେ ସ୍ବାଭିମାନ ଅଞ୍ଚଳବାସୀ । କାରଣ ଭୋଟ ନଦେବାକୁ ମିଳିଥିଲା ମାଓବାଦୀଙ୍କ ଧମକ।

ଜିଲ୍ଲାର ଚିତ୍ରକୋଣ୍ଡା ବିଚ୍ଛିନାଞ୍ଚଳର ଯାତାୟତ ସେବା ପାଇଁ ଯେଉଁ ସବୁ ମୋଟର ଲଞ୍ଚ ଗୁଡିକ ଗ୍ରାମକୁ ଯାଉଥିଲା ତାହାକୁ ମାଓବାଦୀମାନେ କବଜା କରିଥିଲେ। ଯାହାଫଳରେ ବିଚ୍ଛିନ୍ନାଞ୍ଚଳବାସୀ ଯାତାୟତ କରିପାରିନଥିଲେ। 31 ଦଫା ଦାବି ନେଇ ଭୋଟକୁ ବର୍ଜନ କରିବା ସହ ଲଞ୍ଚ ସବୁକୁ ବନ୍ଦ କରାଯାଇଥିଲା ।

ଗୁରୁବାର ପ୍ରଥମ ପର୍ଯ୍ୟାୟ ଭୋଟ ଶେଷ ହେବା ପରେ ଆଜି ସେହି ସବୁ ଲଞ୍ଚ ମଧ୍ୟରୁ ଗୋଟିଏ ଲଞ୍ଚ ଚିତ୍ରକୋଣ୍ଡା ଘାଟକୁ ଫେରିଛି । 2ଟି ଲଞ୍ଚ ସିଙ୍ଗିପୁଟ ଓ ପଣସପୁଟ ଦେଇ ବିଭିନ୍ନ ଗ୍ରାମକୁ ଯାଉଥିଲା। ହେଲେ ସେଥିମଧ୍ୟରୁ ଗୋଟିଏ ଫେରିଥିବା ବେଳେ ଅନ୍ୟ ତିନୋଟି ଲଞ୍ଚ ଫେରିନାହିଁ । ଲଞ୍ଚ ସହ ଲଞ୍ଚର କର୍ମଚାରୀମାନଙ୍କୁ ଅଟକ ରଖିଛନ୍ତି ମାଓବାଦୀ। ତେବେ ମାଓବାଦୀଙ୍କ ଭୟରେ ଜିଲ୍ଲାର ମାଥିଲି ବ୍ଲକର 9ଟି ବୁଥରେ ଖଣ୍ଡିଏ ବି ଭୋଟ ପଡିନାହିଁ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ABOUT THE AUTHOR

...view details