ଓଡିଶା

odisha

ETV Bharat / state

ପୁଣି ମାଓପୋଷ୍ଟର, ଭୋଟ ବର୍ଜନ ପାଇଁ ସାଧାରଣଜନତାଙ୍କୁ ଚେତାବନୀ

ଲାଲଗଡରେ ପୁଣି ମାଓ ପୋଷ୍ଟର। ଚଳିତ ବର୍ଷ ନିର୍ବାଚନ ସମୟରେ ଭୋଟ ବର୍ଜନ ପାଇଁ ସାଧାରଣଜନତାଙ୍କୁ ପୋଷ୍ଚର ମାଧ୍ୟମରେ ମାଓବାଦୀଙ୍କ ଚେତାବନୀ।ଯାହାକୁ ନେଇ ଚିନ୍ତାରେ ନେତା ଏବଂ ଜନତା ।

By

Published : Mar 22, 2019, 11:40 AM IST

ଫଟୋ ସୌଜନ୍ୟ: ସମ୍ବାଦାଦାତା ମାଲକାନଗିରି

ମାଲକାନଗିରି: ଲାଲଗଡରେ ପୁଣି ମାଓ ପୋଷ୍ଟର । କାଲିମେଳା ବସଷ୍ଟାଣ୍ଡ ଏମପିଭି 31 ନିକଟରେ ଦେଖିବାକୁ ମିଳିଛି ମାଓବାଦୀଙ୍କ ଏହି ଧମକପୂର୍ଣ୍ଣ ପୋଷ୍ଟର । ପୋଷ୍ଟର ମାଧ୍ୟମରେ ନିଜର ଉପସ୍ଥିତି ଓ ଦବଦବାକୁ ଜାହିର କରିବାକୁ ଯାଇ ମାଓବାଦୀସମଗ୍ର ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି କରିଛନ୍ତି । ଯାହାକୁ ନେଇ ଚିନ୍ତାରେ ନେତା ଏବଂ ଜନତା ।

ଆଗକୁ ସାଧାରଣ ନିର୍ବାଚନ ରହିଥିବା ବେଳେ ଲୋକସଭା ଓ ବିଧାନସଭାରେ ଭାଗ ନ ନେବା ପାଇଁ ସାଧାରଣଜନତାକୁ ଆହ୍ବାନ କରୁଛି ମାଓ ସଙ୍ଗଠନ । ଏହାସହ ବିଜେପିର ଧର୍ମେନ୍ଦ୍ର ପ୍ରଧାନ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ରାଜନାଥ ସିଂ ଓ ଅମିତ ଶାହାଙ୍କୁ ସାମ୍ରାଜ୍ୟବାଦୀ ହିନ୍ଦୁ, ଉଗ୍ରବାଦୀ ଓ ଦେଶଦ୍ରୋହୀ ବୋଲି ଆଖ୍ୟା ଦେଇଛନ୍ତି ।

ଏପରିକି ସାଧାରଣ ଜନତାଙ୍କୁ ଏମାନଙ୍କୁ ଦେଶରୁ ବାହାର କରିବା ପାଇଁ ଆହ୍ବାନ କରିଛି ଟିଟିଆଇ(ମାଓବାଦୀ କାଲିମେଳା ଆଞ୍ଚଳିକ କମିଟି) । ମାଓପୋଷ୍ଟର ମିଳିବା ପରେ କାଲିମେଳା ପୋଲିସ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ABOUT THE AUTHOR

...view details