ଓଡିଶା

odisha

By

Published : Apr 1, 2023, 10:11 PM IST

ETV Bharat / state

ପତ୍ନୀ ହତ୍ୟାକାରୀ ସ୍ବାମୀକୁ ଆଜୀବନ କାରାଦଣ୍ଡ

ପତ୍ନୀ ହତ୍ୟାକାରୀ ସ୍ବାମୀକୁ ମିଳିଲା ଦଣ୍ଡ । ମାଲକାନଗିରି ଜିଲ୍ଲା ଦୌରା ଜଜ୍ ଅଜନ୍ତା ଷଢଙ୍ଗୀ ଦୋଷୀକୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କାର ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି । ଅଧିକ ପଢନ୍ତୁ

Malkangiri district court
Malkangiri district court

ମାଲକାନଗିରି: ପତ୍ନୀ ହତ୍ୟାକାରୀ ସ୍ବାମୀକୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କାର ଜରିମାନା ଦଣ୍ଡାଦେଶ ଶୁଣାଇଲେ ଜିଲ୍ଲା ଦୌରା ଜଜ୍ ଅଜନ୍ତା ଷଢଙ୍ଗୀ । ଅଭିଯୁକ୍ତ ସ୍ବାମୀ ପତ୍ନୀକୁ ପଥରରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । କୋର୍ଟରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେବା ପରେ ରାୟ ଶୁଣାଇଛନ୍ତି କୋର୍ଟ । ଗତ ୨୦୧୭ ମସିହାରେ ମାଥିଲି ଥାନାରେ ଏହି ମାମଲା ରୁଜୁ ହୋଇଥିବା ବେଳେ ଦୀର୍ଘ ୮ବର୍ଷ ପରେ ପୀଡ଼ିତାଙ୍କୁ ନ୍ୟାୟ ମିଳିଛି ।

ମାଥିଲି ଥାନା ଅନ୍ତର୍ଗତ ଗ୍ରାମ ସାରଦାପୁଟର ଗଙ୍ଗାଧର ପୂଜାରୀଙ୍କ ଭଉଣୀ କୁସୁମା ପୂଜାରୀ ଏହି ଜଘନ୍ୟକାଣ୍ଡର ଶିକାର ହୋଇଥିଲେ । କୁସୁମାଙ୍କ ସ୍ବାମୀ ତଥା ଅଭିଯୁକ୍ତ ନରସିଂହ ପୂଜାରୀ କୁସୁମାଙ୍କ ମୁଣ୍ଡକୁ ପଥର ଛେଚି ହତ୍ୟା କରିଥିଲା । ଗଙ୍ଗାଧର ପୂଜାରୀ ଓ ତାଙ୍କ ଭଉଣୀ କୁସୁମା ପୂଜାରୀ ଏବଂ ସ୍ବାମୀ ନରସିଂହ ପୂଜାରୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ତା' ପରଦିନ କୁସୁମା ପୂଜାରୀଙ୍କୁ ତାଙ୍କ ସ୍ବାମୀ ମୁଣ୍ଡରେ ପଥର ଛେଚି ହତ୍ୟା କରିଥିବା ଥାନାରେ ମାମଲା ରୁଜୁ ହୋଇଥିଲା । କୁସୁମାଙ୍କ ଭାଇ ଗଙ୍ଗାଧର ଏହି ଏତଲା ଦେଇଥିଲେ ।

ଏହା ବି ପଢନ୍ତୁ- ଭିକେ ପାଣ୍ଡିଆନଙ୍କ ମାଲକାନଗିରି ଗସ୍ତକୁ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ

୨୦୧୭ ମସିହା ଜୁନ ମାସ ୨୧ ତାରିଖ ଦିନ ରାତ୍ର ପ୍ରାୟ ୯ଟା ସମୟରେ ମାଥିଲି ଥାନା ଅନ୍ତର୍ଗତ ତେଲେକାବେସା ଗ୍ରାମର ରଘୁନାଥ ପ୍ରଧାନ ଓ ଆଇତା କୁଞ୍ଜାଜମି ଉଭୟ ଗଙ୍ଗାଧର ପୂଜାରୀଙ୍କୁ ଭଉଣୀର ହତ୍ୟା ଖବର ଦେଇଥିଲେ । ତାଙ୍କ ଭଉଣୀ କୁସୁମାଙ୍କୁ ସ୍ବାମୀ ନରସିଂହ ପୂଜାରୀ ତେଲକାବେସା ଓ ପ୍ରଧାନୀ ଗୁଡା ମଧ୍ୟରେ ମୁଣ୍ଡରେ ପଥର ଛେଚି ହତ୍ୟା କରିଥିବା ସେମାନେ ଗଙ୍ଗାଧରଙ୍କୁ କହିଥିଲେ । ତେବେ ଏହା ଶୁଣିବା ପରେ ରାତି ଅନେକ ହୋଇଥିବାରୁ ତା ପର ଦିନ ସକାଳୁ ଗଙ୍ଗାଧର ପୂଜାରୀ ଓ ଗ୍ରାମବାସୀ ଘଟଣାସ୍ଥଳକୁ ନେଇ ଯାଇଥିଲେ ।

ସେଠାରେ ଭଉଣୀ କୁସୁମା ପୂଜାରୀ ମୃତଦେହ ପଡ଼ିଥିବା ଦେଖିଥିଲେ। ଏହି ଘଟଣାକୁ ନେଇ ଗଙ୍ଗାଧର ମାଥିଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ନରସିଂହ ପୂଜାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ଚାର୍ଜସିଟ ଦାଖଲ କରିଥିଲା । ସେହିଦିନ ଠାରୁ ଏହି ମାମଲା ଜିଲ୍ଲା ଦୌରା ଜର୍ଜଙ୍କ ଅଦାଲତରେ ବିଚାରାଧୀନ ଥିଲା । ଗତକାଲି ମାଲକାନଗିରି ଜିଲ୍ଲା ଓ ଦୌରା ଜର୍ଜ ଶ୍ରୀମତୀ ଷଢଙ୍ଗୀ ୧୮ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଶୁଣିଥିଲେ ।

ଏହାସହ କୋର୍ଟରେ ଦାଖଲ ହୋଇଥିବା ଦସ୍ତାବିଜକୁ ବିଚାର କରି ଅଭିଯୁକ୍ତ ନରସିଂହକୁ ଆଜୀବନ କାରାଦଣ୍ଡ ସହ ୧୦ହଜାର ଟଙ୍କାର ଜରିମାନା ଦଣ୍ଡ ଦେଇଥିଲେ । ତେବେ ଏହି ଜରିମାନା ଅନାଦେୟ ନହେଲେ ଆହୁରି ୧ବର୍ଷ ଜେଲ ଦଣ୍ଡ ଭୋଗିବାକୁ ରାୟ ଶୁଣାଇଛନ୍ତି କୋର୍ଟ । ଏହି ମାମଲାକୁ ସରକାରୀ ପିପି ମହେନ୍ଦ୍ର କୁମାର ନାଗ ଆବେଦନକାରୀଙ୍କ ପକ୍ଷରୁ ଲଢିଥିବା ନେଇ ସୂଚନା ମିଳିଛି ।

ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details