ମାଲକାନଗିରି:ଗୁଣିଗାରେଡି ସନ୍ଦେହରେ ବ୍ୟକ୍ତିଙ୍କୁ ମାଡ ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନ । 5 ଜଣଙ୍କୁ ବାନ୍ଧିଲା ପୋଲିସ । ଗୁଣିଗାରେଡି ସନ୍ଦେହରେ ମାଡ ମରାଯାଇଥିବା ଅଭିଯୋଗ କରି ମାଧୁରୀ ପଡିଆମି ନାମକ ଯୁବତୀ ମାଲକାନଗିରି ଥାନାରେ ଏତଲା ଦେଇଥିଲେ । ପୋଲିସ ଏହି ଘଟଣାରେ 5 ଜଣଙ୍କୁ ଗିରଫ କରିଛି ।
ସୂଚନା ଅନୁଯାୟୀ, ମାଲକାନଗିରି ବ୍ଲକର କାମଵାଡା ପଞ୍ଚାୟତର ତେନ୍ତୁଳିଗୁଡା ଗ୍ରାମରେ ବାସ କରୁଥିବା କାବାସି ପରିବାରରେ ତିନି ଜଣ ଅସୁସ୍ଥ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣକର ମୃତ୍ୟୁ ହୋଇଥିଲା । ତେବେ ଏହି ମୃତ୍ୟୁକୁ ଗୁଣିଗାରେଡି କରାଯାଇଥିବା ନେଇ ପଡିଆମୀ ପରିବାରକୁ କାବାସି ପରିବାରର ଲୋକେ ଗୁଣିଗାରେଡି କରିଥିବା ନେଇ ସନ୍ଦେହ କରି ନିସ୍ତୁକ ମାଡ ମାରିବା ସହ ଜୀବନରେ ମାରିଦେବାର ଧମକ ଦେଇଥିଲେ । ଏନେଇ ପରିବାର ଲୋକ ଥାନାର ଦ୍ବାରସ୍ଥ ହୋଇଥିଲେ ।