ଓଡିଶା

odisha

ETV Bharat / state

ଉତ୍ସବ ମୁଖର ଲାଲଗଡ: ସଭିଙ୍କୁ ଗୋଟିଏ ସୂତା ଯୋଡିଲା ମାଲ୍ୟବନ୍ତ ମହୋତ୍ସବ

ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାର କାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମାଲକାନଗିରିର ଲୋକପର୍ବ ମାଲ୍ୟବନ୍ତ ମହୋତ୍ସବଶୁଭ ଉଦଘାଟନ କରିଥିଲେ । ଅଧିକ ପଢନ୍ତୁ....

ପୁରା ଦେଶକୁ ଗୋଟିଏ ସୂତ୍ରରେ ଯୋଡ଼ିଲା ମାଲକାନଗିରିର ମାଲ୍ୟବନ୍ତ
ପୁରା ଦେଶକୁ ଗୋଟିଏ ସୂତ୍ରରେ ଯୋଡ଼ିଲା ମାଲକାନଗିରିର ମାଲ୍ୟବନ୍ତ

By

Published : Feb 8, 2020, 7:35 PM IST

Updated : Feb 8, 2020, 11:47 PM IST

ମାଲକାନଗିରି: ଆରମ୍ଭ ହୋଇଛି ମାଲକାନଗିରି ଜିଲ୍ଲାର ଲୋକପର୍ବ ମାଲ୍ୟବନ୍ତ ମହୋତ୍ସବ । ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାର କାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଉଦଘାଟନ କରିଥିଲେ । ରଙ୍ଗାରଙ୍ଗ ପରିବେଶ ମଧ୍ୟରେ ଶେଷ ହୋଇଛି ପ୍ରଥମ ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମ।

ବର୍ଷ ପରେ ପୁଣି ଆସିଛି ମାଲକାନଗିରି ଜିଲ୍ଲାର ଆଦିବାସୀଙ୍କ ଲୋକ ପର୍ବ ମାଲ୍ୟବନ୍ତ ମହୋତ୍ସବ। ତିନି ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବକୁ ଶୁକ୍ରବାର ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ।

ପୁରା ଦେଶକୁ ଗୋଟିଏ ସୂତ୍ରରେ ଯୋଡ଼ିଲା ମାଲକାନଗିରିର ମାଲ୍ୟବନ୍ତ

ପ୍ରଥମେ ସ୍ଥାନୀୟ ଜଗନ୍ନାଥ ମନ୍ଦିରରୁ ଏକ ବିରାଟ ଶୋଭାଯାତ୍ରା ସହର ପରିକ୍ରମା କରି ମାଲ୍ୟବନ୍ତ ମଞ୍ଚ ନିକଟରେ ପହଞ୍ଚିଥିଲା । ଏଥିରେ ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀ, ରାଜନେତା ଓ ସାଧାରଣ ଜନତା ଏକତ୍ରୀତ ଭାବେ ଯୋଗ ଦେଇଥିଲେ । ମଞ୍ଚରେ ଅନୁଷ୍ଠିତ ହୋଇଥିଲା ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ। ଏହି ଅବସରରେ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ ରାଜ୍ୟ ବିହନ ନିଗମ ଅଧକ୍ଷ ଇଶ୍ବର ଚନ୍ଦ୍ର ପାଣିଗ୍ରାହି, ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି, ଚିତ୍ରକୋଣ୍ଡା ବିଧାୟକ ପୂର୍ଣଚନ୍ଦ୍ର ବାକା, ମାଲକାନଗିରି ବିଧାୟକ ଆଦିତ୍ୟ ମାଢି ଓ ଜିଲ୍ଲା ପରିଷଦ ଅଧକ୍ଷ ଦଶରଥ ମାଡକାମି ।

ମହୋତ୍ସବରେ ଯୋଗ ଦେଇଥିବା ଅତିଥିଙ୍କ ଅଭିଭାଷଣ ପରେ ଉନ୍ମୋଚିତ ହୋଇଥିଲା ଜିଲ୍ଲାର ବାର୍ଷିକ ପତ୍ରିକା ସପ୍ତଧାରା। ମାଲ୍ୟବନ୍ତ କେବଳ ଏକ ମହୋତ୍ସବ ନୁହେ ବରଂ ଏହା ଏକ ବିକାଶର ପର୍ବ ବୋଲି କହିଥିଲେ କ୍ରୀଡ ମନ୍ତ୍ରୀ।

ପ୍ରଥମ ସନ୍ଧ୍ୟାର ମଞ୍ଚରେ ଅନୁଷ୍ଠିତ ହୋଇଥିଲା ଅନେକ ରଙ୍ଗାରଙ୍ଗ ସାସ୍କୃତିକ କାର୍ଯ୍ୟକ୍ରମ । ପ୍ରଥମେ ମଞ୍ଚରେ ଅନୁଷ୍ଠିତ ହୋଇଥିଲା ଭୁବନେଶ୍ବରର ଓଡିଶୀ ନୃତ୍ୟ, ମାଲକାନଗିରିର କୋୟା ଆଦିବାସୀ ଓ ବଣ୍ଡା ନୃତ୍ୟ ସହ କଳାହାଣ୍ଡିର ଢାପ ନୃତ୍ୟ ଯାହା ଉପସ୍ଥିତ ଦର୍ଶକଙ୍କୁ ବେଶ ଉତ୍ସାହିତ କରିଥିଲା ।

ପରେ ଅନୁଷ୍ଠିତ ହୋଇଥିଲା ଆସାମର ବିହୁ, କଲିକତାର ନୁପୁର, ମଧ୍ୟ ପ୍ରଦେଶର ବୋଡ, କାଶ୍ମୀରର ଡୋଗରି ଓ ଗୁଜରାଟର ସିଦ୍ଧି ଧମାଲ । ଯାହାକୁ ଦର୍ଶକ ବିଳମ୍ବିତ ରାତି ପର୍ଯ୍ୟନ୍ତ ମନୋଭୋରି ଉପଭୋଗ କରିଥିଲେ ।

ମାଲ୍ୟବନ୍ତ ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ ସମାଗମ ହୋଇଥିଲା । ସୀମାନ୍ତ ଆନ୍ଧ୍ର ପ୍ରଦେଶ ଓ ଛତିଶଗଡରୁ ମଧ୍ୟ ଅନେକ ଦର୍ଶକ ମାଲ୍ୟବନ୍ତ ମହୋତ୍ସବ ଦେଖିବା ଲାଗି ଆସିଥିଲେ । ଏହାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟାବସ୍ଥା ଗ୍ରହଣ କରାଯାଇଥିଲା ।

ମାଲକାନଗିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Last Updated : Feb 8, 2020, 11:47 PM IST

ABOUT THE AUTHOR

...view details