ମାଲକାନଗିରି: ଡିସେମ୍ବର ପହିଲାରୁ କଡ଼ାକଡ଼ି ହେବ ନୂଆ ଟ୍ରାଫିକ ନିୟମ । ନିୟମ ଭାଙ୍ଗିଲେ ଗଣିବେ ପୂର୍ବ ଭଳି ଜୋରିମାନା । ତେବେ ଏହା ପୂର୍ବରୁ ଲୋକଙ୍କୁ ସଚେନତ କରିବାକୁ ପ୍ରୟାସ କରିଛି ମାଲକାନଗିରି ପୋଲିସ ।
ଡିସେମ୍ବର ପହିଲାରୁ ପୁଣି ଟ୍ରାଫିକ ଛାଟ, ହେଲମେଟ ପିନ୍ଧିଲେ ଚକୋଲେଟ - malkangiri Police
ଡିସେମ୍ବର ପହିଲାରୁ ପୁଣି କଡାକଡି ଟ୍ରାଫିକ ନିୟମ । ଏଥିପାଇଁ ଆଗୁଆ ଲୋକଙ୍କୁ ସଚେତନ କରିବାକୁ ଗୋଲାପ ଓ ଚକୋଲେଟ ଦେଇ ଟ୍ରାଫିକ ପାଠ ପଢାଇଲେ ମାଲକାନଗିରି ଆଦର୍ଶ ଥାନା ଅଧିକାରୀ।
ପହିଲାରୁ ପୁଣି ଟ୍ରାଫିକ ଛାଟ, ହେଲମେଟ ପିନ୍ଧିଲେ ଚକୋଲେଟ
ଆଦର୍ଶ ଥାନା ଅଧିକାରୀଙ୍କ ସହ ଜିଲ୍ଲା ଏସଡ଼ିପି ଏବଂ ପରିବହନ ବିଭାଗର ଅଧିକାରୀ ମିଳିତ ଭାବେ ଏକ ନିଆରା ଢଙ୍ଗରେ ଲୋକଙ୍କୁ ଟ୍ରାଫିକ ନିୟମ ବିଷୟରେ ଅବଗତ କରାଇଛନ୍ତି। ହେଲମେଟ ପିନ୍ଧିବା ସହ ସମସ୍ତ କାଗଜ ପତ୍ର ଠିକ ଥିବା ଲୋକଙ୍କୁ ଚକୋଲେଟ ଦିଆଯାଇଛି। ସେହିପରି ଏବେ ସୁଦ୍ଧା ନିୟମକୁ କାର୍ଯ୍ୟକାରୀ କରିବା ନେଇ ପ୍ରସ୍ତୁତ ନଥିବା ଲୋକଙ୍କୁ ଗୋଲାପ ଫୁଲ ଦେଇ ଟ୍ରାଫିକ ନିୟମ ନେଇ ସଚେତନ କରାଯାଇଛି।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ