ଓଡିଶା

odisha

ETV Bharat / state

ଅନୁଷ୍ଠିତ ହେଲା ସାମୂହିକ ବ୍ରତୋପନୟନ କାର୍ଯ୍ୟକ୍ରମ

ଗରିବ ବ୍ରାହ୍ମଣଙ୍କର ସାମୂହିକ ବ୍ରତୋପନୟନ କରିଛି ଜିଲ୍ଲା ବ୍ରାହ୍ମଣ ସମାଜ । ବୈଦିକ ରୀତିନୀତିରେ ସମାପନ ହୋଇଛି 8 ଜଣ ବ୍ରାହ୍ମଣଙ୍କ ବ୍ରତୋପନୟନ କାର୍ଯ୍ୟକ୍ରମ ।

ଫଟୋସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

By

Published : Jun 23, 2019, 9:22 PM IST

Updated : Jun 23, 2019, 9:33 PM IST

ମାଲକାନଗିରି: ଉପାନ୍ତ ଜିଲ୍ଲାରେ ଅନୁଷ୍ଠିତ ହୋଇଯାଇଛି ସାମୂହିକ ବ୍ରତୋପନୟନ କାର୍ଯ୍ୟକ୍ରମ । ବ୍ରାହ୍ମଣ ସମାଜ ପକ୍ଷରୁ ହୋଇଛି ଏହି ଆୟୋଜନ ।

ଏହି ଅବସରରେ 8 ଜଣ ଗରିବ ବ୍ରାହ୍ମଣଙ୍କର ବିଧିବିଧାନ ଅନୁଯାୟୀ ମାଲାକାନଗିରି ସହରସ୍ଥିତ ତଳସାହି ଶିବମନ୍ଦିରରେ ବ୍ରତୋପନୟନ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ତିନିଦିନ ଧରି ଜିଲ୍ଲାର ସାଧାରଣ ଲୋକଙ୍କ ଲାଗି ଏଠାରେ ଦିବାରାତ୍ରି ଭୋଜନର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଜିଲ୍ଲାର ଅନେକ ବରିଷ୍ଠ ବ୍ୟକ୍ତି ବିଶେଷଙ୍କ ସହିତ ଅନେକ ସାଧୁସନ୍ଥ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ଏନେଇ ସବିଶେଷ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା ।

ମାଲକାନଗିରିରୁ ଜୟନ୍ତ ତିଆଡ଼ି, ଇଟିଭି ଭାରତ

Last Updated : Jun 23, 2019, 9:33 PM IST

ABOUT THE AUTHOR

...view details