ଓଡିଶା

odisha

ETV Bharat / state

ONGC Helicopter Crash: ମୃତକଙ୍କ ମଧ୍ୟରେ ମାଲକାନଗିରି ପୁଅ

ଆରବସାଗରରେ ONGC(Oil and Natural Gas Corporation Limited) ହେଲିକପ୍ଟର ଦୁର୍ଘଟଣା ଘଟଣା । ମୃତକଙ୍କ ମଧ୍ୟରେ ରହିଛନ୍ତି ମାଲକାନଗିରିର ଓଡିଆ ପୁଅ ସତ୍ୟମ୍ବଦ ପାତ୍ର । ଅଧିକ ପଢନ୍ତୁ

By

Published : Jun 29, 2022, 1:01 PM IST

Updated : Jun 29, 2022, 1:14 PM IST

ଆରବସାଗରରେ ONGC ହେଲିକପ୍ଟର ଦୁର୍ଘଟଣା, ମୃତକଙ୍କ ମଧ୍ୟରେ ମାଲକାନଗିରି ପୁଅ
ଆରବସାଗରରେ ONGC ହେଲିକପ୍ଟର ଦୁର୍ଘଟଣା, ମୃତକଙ୍କ ମଧ୍ୟରେ ମାଲକାନଗିରି ପୁଅ

ମାଲକାନଗିରି: ଆରବସାଗରରେ ONGC(Oil and Natural Gas Corporation Limited) ହେଲିକପ୍ଟର ଦୁର୍ଘଟଣା ଘଟଣା । ମୃତକଙ୍କ ମଧ୍ୟରେ ରହିଛନ୍ତି ମାଲକାନଗିରିର ଓଡିଆ ପୁଅ ସତ୍ୟମ୍ବଦ ପାତ୍ର । ଖବର ପ୍ରସାର ପରେ ଜିଲ୍ଲାରେ ଶୋକର ଛାୟା ।

ONGC Helicopter Crash: ମୃତକଙ୍କ ମଧ୍ୟରେ ମାଲକାନଗିରି ପୁଅ

ସୂଚନାଅନୁସାରେ,ଗତକାଲି(ମଙ୍ଗଳବାର) ଓଏନଜିସି (Oil and Natural Gas Corporation Limited)ର ହେଲିକପ୍ଟର ଜରୁରୀ ଅବତରଣ ସମୟରେ ଆରବସାଗରରେ ଖସିପଡିଥିଲା । ହେଲିକପ୍ଟରରେ ୭ ଜଣ ONGC କର୍ମଚାରୀ ଏବଂ ଦୁଇ ଜଣ ପାଇଲଟ ରହିଥିବା ବେଳେ ୩ ଜଣ ONGC କର୍ମଚାରୀଙ୍କ ସମେତ ମୋଟ ୪ ଜଣଙ୍କ ମୃତ୍ୟୁ ହୋଇଥିଲା । ଫ୍ଲୋଟର ସାହାଯ୍ୟରେ ହେଲିକପ୍ଟରରୁ ପାଇଲଟ ଓ ONGC କର୍ମଚାରୀଙ୍କୁ ଉଦ୍ଧାର କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଚାରିଜଣ ସଂଜ୍ଞାହୀନ ଥିଲେ ।

ଏହାପରେ ୪ ଜଣଙ୍କୁ ନୌସେନାର ହେଲିକପ୍ଟର ଯୋଗେ ମୁମ୍ବାଇର ଏକ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଥିଲା । କିନ୍ତୁ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି । ମୃତକମାନେ ହେଲେ ମୁକେଶ ପଟେଲ, ବିଜୟ ମାଣ୍ଡେଲୋଇ, ସତ୍ୟମ୍ବଦ ପାତ୍ର ଓ କଣ୍ଟ୍ରାକ୍ଟ କର୍ମଚାରୀ ସଞ୍ଜୁ ଫ୍ରାନ୍‌ସିସ୍ । କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ ଏନେଇ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଆରବସାଗରରେ ONGC ହେଲିକପ୍ଟର ଦୁର୍ଘଟଣା, ୪ ମୃତ

ତେବେ ସୂଚନାଅନୁସାରେ, ମାଲକାନଗିରିର ସୁରେଶ ଚନ୍ଦ୍ରଙ୍କ ପୁଅ ଥିଲେ ସତ୍ୟମ୍ବଦ ପାତ୍ର । ସତ୍ୟମ୍ବନ୍ଦଙ୍କ ବର୍ଷକ ତେଳ ବିବାହ ହୋଇଥିବାବଳେ ତାଙ୍କ ସ୍ତ୍ରୀ ବର୍ତ୍ତମାନ ଗର୍ଭବତୀ ଥିବା ଜଣାପଡିଛି । ସତ୍ୟମ୍ବଦଙ୍କ ମୃତ୍ୟୁପରେ ମାଆ ବାପା ଦୁଃଖରେ ଭାଙ୍ଗି ପଡିଥିବା ବେଳେ ମାଲକାନଗିରିରେ ଶୋକର ଛାୟା ଖେଳିଯାଇଛି ।

ଇଟିଭି ଭାରତ, ମଲକାନଗିରି

Last Updated : Jun 29, 2022, 1:14 PM IST

ABOUT THE AUTHOR

...view details