ମାଲକାନଗିରି: ତତ୍ପରତା ଦେଖାଇଲେ ମାଲକାନଗିରି ଜିଲ୍ଲାପାଳ ୟେଦୁଲ୍ଲା ବିଜୟ । ମାଲକାନଗିରି ଆସିବା ପରେ ବଣ୍ଡାଘାଟି ଗସ୍ତ କରିଛନ୍ତି । ଏହି ଅବସରରେ ସେ ବଣ୍ଡାଘାଟିର ମୁଦୁଲିପଡ଼ା, ପଡେଇଗୁଡ଼ା, ସୀତାକୁଣ୍ଡ ଆଦି ଗାଁ ବୁଲିବା ସହ ସେଠାରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ।
ବଣ୍ଡା ଘାଟିରେ ମାଲକାନଗିରି ଜିଲ୍ଲାପାଳ - ବଣ୍ଡା ଘାଟି
ମାଲକାନଗିରି ଜିଲ୍ଲାପାଳ ୟେଦୁଲ୍ଲା ବିଜୟ ଜିଲ୍ଲାକୁ ଆସିବା ପରେ ପ୍ରଥମଥର ପାଇଁ ଖଇରିପୁଟ ବ୍ଲକ ବଣ୍ଡାଘାଟି ଗସ୍ତ କରିଥିଲେ। ଅଧିକ ପଢନ୍ତୁ...

ବଣ୍ଡା ଘାଟିରେ ମାଲକାନଗିରି ଜିଲ୍ଲାପାଳ
ବଣ୍ଡା ଘାଟିରେ ମାଲକାନଗିରି ଜିଲ୍ଲାପାଳ
ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ବାଳ ମୁକୁନ୍ଦ ଭୂୟାଁ, ଖଇରିପୁଟ ବିଡିଓ ହୃଦାନନ୍ଦ ସାହୁ, ଜିଲ୍ଲା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସମେତ ଜିଲ୍ଲାର ବହୁ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ