ଓଡିଶା

odisha

ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଲେ ମାଲକାନଗିରି ଜିଲ୍ଲାପାଳ

By

Published : Jul 19, 2022, 12:44 PM IST

ମାଲକାନଗିରି ଜିଲ୍ଲା ମୋଟୁ ଅଞ୍ଚଳରେ ପୋଲାଭରମ ପ୍ରକଳ୍ପ ଯୋଗୁ ବନ୍ୟା ହୋଇ ବ୍ୟାପକ କ୍ଷୟକ୍ଷତି ହୋଇଛି । ବର୍ଷା କମିବା ପରେ ବନ୍ୟାଞ୍ଚଳରେ ଜଳସ୍ତର କମିବାରେ ଲାଗିଛି । ଅଧିକ ପଢନ୍ତୁ

ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଲେ ଜିଲ୍ଲାପାଳ
ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଲେ ଜିଲ୍ଲାପାଳ

ମାଲକାନଗିରି:ଜିଲ୍ଲା ମୋଟୁ ଅଞ୍ଚଳରେ ପୋଲାଭରମ ପ୍ରକଳ୍ପ ଯୋଗୁ ବନ୍ୟା ହୋଇ ବ୍ୟାପକ କ୍ଷୟକ୍ଷତି ହୋଇଛି । ବର୍ଷା କମିବା ପରେ ବନ୍ୟାଞ୍ଚଳରେ ଜଳସ୍ତର କମିବାରେ ଲାଗିଛି । କିନ୍ତୁ ମୋଟୁ ଅଞ୍ଚଳର ଅନେକ ପରିବାର ସର୍ବହରା ହୋଇଛନ୍ତି । ପୁରୁଣା ମୋଟୁରେ ଅନେକ ଘରକୁ ବନ୍ୟା ପାଣି ଭସାଇ ଦେଇଥିବା ବେଳେ କିଛି ଘର ପାଣିରେ ବୁଡ଼ି ରହିବା କାରଣରୁ ଦୟନୀୟ ଅବସ୍ଥାକୁ ଚାଲି ଆସିଛି । ଆଜି ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଛନ୍ତି ଜିଲ୍ଲାପାଳ ଭିସାଲ ସିଂହ । କ୍ଷତ୍ରିଗ୍ରସ୍ତ ଲୋକଙ୍କୁ ଖୁବଶୀଘ୍ର କ୍ଷତିପୂରଣ ଦିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଲେ ଜିଲ୍ଲାପାଳ

ବନ୍ୟା ପାଣି ନିଷ୍କାସନ ହେବାପରେ ଛାରଖାର ହେବାର ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି । ହଠାତ ବନ୍ୟାଜଳ ମାଡ଼ି ଆସିବାରୁ ଲୋକ ଜୀବନ ବଞ୍ଚାଇବାକୁ ଘରୁ ଦୌଡ଼ି ଆସିଥିଲେ । ଏବେ ସେମାନଙ୍କ ପାଖରେ ପିନ୍ଧାଲୁଗା ବ୍ୟତୀତ ଆଉ କିଛି ନାହିଁ । ଘରେ ଯାହା କିଛି ରଖିଥିଲେ ସବୁ ନଷ୍ଟ ହୋଇଯାଇଛି । ଏପରିକି ଘରେ ଥିବା ଆସବାବପତ୍ର ସହ ଅନ୍ୟ ସାମଗ୍ରୀ ବ୍ୟବହାର ଅନୁପଯୋଗୀ ହୋଇଛି । ଏମିତି ସ୍ଥିତିରେ ଲୋକେ ଘରକୁ ଫେରିଲେ କ’ଣ କରିବେ ସେହି ଚିନ୍ତାରେ ରହିଛନ୍ତି । ଅନ୍ୟପକ୍ଷରେ ଅନେକ ଗାଁଜଳବନ୍ଦୀ ହୋଇ ରହିଥିବା ଦେଖିବାକୁ ମିଳିଛି । ଜାତୀୟ ରାଜପଥ ଅବରୋଧ ଯୋଗୁ ଶହ ଶହ ଟ୍ରକ୍ ଅଟକି ରହିଛି । ବନ୍ୟାର ପ୍ରକୋପ କମିବା ପରେ ମାଲକାନଗିରି ଜିଲ୍ଲାପାଳ ବନ୍ୟାଞ୍ଚଳ ଗସ୍ତ କରି ସ୍ଥିତି ସମୀକ୍ଷା କରିଛନ୍ତି ।

ପୁରୁଣା ମୋଟୁରେ ମୋଟ ୩୦ରୁ ୪୦ ପରିବାର ବସବାସ କରୁଥିବାବେଳେ, ଗୋଟିଏ ଛାତ ଘର ଛାଡି ଦେଲେ ଅନ୍ୟ ଘର ଗୁଡିକ ଚାଳ ଓ ଟିଣ ଛପର । ଏବେ ବି ମୁଗି ପଏଣ୍ଟରେ କେତେକ ଘର ପାଣିରେ ବୁଡି ରହିଛି । ତେଣୁ ବନ୍ୟାର ପ୍ରକୋପ ସଂପୂର୍ଣ୍ଣ କମିବା ପରେ କେଉଁ ମୁଣ୍ଡ ଗୁଞ୍ଜିବେ ସେହି ଚିନ୍ତାରେ ଅନେକ ପରିବାର ରହିଛନ୍ତି । ସରକାର ଏମାନଙ୍କ ଦୁଃଖ ବୁଝିବା ସହ କ୍ଷତିପୂରଣ ଓ ଥଇଥାନ କରିବା ପାଇଁ ଅନୁରୋଧ କରାଯାଇଛି । ସେହିପରି ପାଣି ଖସୁଥିଲେ ବି ସଂପୂର୍ଣ୍ଣ ସ୍ଵାଭାବିକ ହୋଇନାହିଁ । ଏବେ ବି ଚାଷ ଜମିରୁ ପାଣି କମି ନଥିବାବେଳେ, ଜାତୀୟ ରାଜପଥ ଉପରେ ୮ରୁ ୧୦ଫୁଟ ଉଚ୍ଚରେ ପାଣି ରହିଛି ।

ଯେଉଁଥିପାଇଁ ୭ଦିନରୁ ଊର୍ଦ୍ଧ୍ବ ହେବ ପଡ଼ୋଶୀ ରାଜ୍ୟକୁ ଯୋଗାଯୋଗ ଠପ୍ ହୋଇଯାଇଛି । ଅନେକ ଗାଁ ଜଳବନ୍ଦୀ ଅବସ୍ଥାରେ ରହିଥିବାରୁ ରିଲିଫ ସେଣ୍ଟରରେ ପ୍ରଶାସନ ପକ୍ଷରୁ ଲୋକଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉଛି । ପ୍ରଶାସନ ତୁରନ୍ତ କ୍ଷତିଗ୍ରସ୍ତଙ୍କ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ନ ଦେଲେ ଅନେକ ପରିବାର ମୁଣ୍ଡ ଗୁଞ୍ଜିବାକୁ ଘର ଓ ଦୁଇ ମୁଠା ଖାଇବାକୁ ପାଇବେ ନାହିଁ ବୋଲି ମତ ପ୍ରକାଶ ପାଇଛି ।

ଇଟିଭି, ମାଲକାନଗିରି

ABOUT THE AUTHOR

...view details