ଓଡିଶା

odisha

ETV Bharat / state

ବାଂଲାଦେଶୀ ଶରଣାର୍ଥୀଙ୍କୁ ମାଲକାନଗିରିରେ ମିଳିବ ସମସ୍ତ ସୁବିଧା - ମାଲକାନଗିରି ଲାଟେଷ୍ଟ ନ୍ୟୁଜ୍‌

ବର୍ତ୍ତମାନ କେନ୍ଦ୍ର ସରକାର ଆଣିଥିବା ନୂତନ ନାଗରିକତା ସଂଶୋଧନ ଆଇନକୁ ଦେଶର ବିଭିନ୍ନ ସ୍ଥାନରେ ବିରୋଧ ଜାରି ରହିଛି । ସେପଟେ ଏହି ଆଇନକୁ ନେଇ ଉପାନ୍ତ ଜିଲ୍ଲା ମାଲକାନଗିରିରେ ଜିଲ୍ଲା ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି ।

bangladeshi refuge in malkangiri, malkangiri latest news, bjp pressmeet in malkangiri, ମାଲକାନଗିରିରେ ବିଜେପିର ସାମ୍ବାଦିକ ସମ୍ମିଳନୀ, ମାଲକାନଗିରି ଲାଟେଷ୍ଟ ନ୍ୟୁଜ୍‌, ମାଲକାନଗିରିରେ ବାଂଲାଦେଶୀଙ୍କୁ ମିଳିବ ସରକାରୀ ସୁବିଧା
ବାଂଲାଦେଶୀ ଶରଣାର୍ଥୀ ମାଲକାନଗିରିରେ ମିଳିବ ସମସ୍ତ ସୁବିଧା

By

Published : Jan 4, 2020, 11:48 PM IST

ମାଲକାନଗିରି: ବର୍ତ୍ତମାନ କେନ୍ଦ୍ର ସରକାର ଆଣିଥିବା ନୂତନ ନାଗରିକତା ସଂଶୋଧନ ଆଇନକୁ ଦେଶର ବିଭିନ୍ନ ସ୍ଥାନରେ ବିରୋଧ ଜାରି ରହିଛି । ସେପଟେ ଏହି ଆଇନ ନେଇ ଉପାନ୍ତ ଜିଲ୍ଲା ମାଲକାନଗିରିରେ ଜିଲ୍ଲା ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି ।

ବାଂଲାଦେଶୀ ଶରଣାର୍ଥୀ ମାଲକାନଗିରିରେ ମିଳିବ ସମସ୍ତ ସୁବିଧା

ବିଶେଷ କରି ଏହି ଆଇନ ସମ୍ପର୍କରେ ଅଜ୍ଞ ଥିବା ସାଧାରଣ ଲୋକଙ୍କୁ କଂଗ୍ରେସ, ସିପିଆଇ ଓ ବିଏସପି ପ୍ରମୁଖ ରାଜନୈତିକ ଦଳ ଭୁଲ ତଥ୍ୟ ଦେଉଥିବା ନବରଙ୍ଗପୁର ପୂର୍ବତନ ସାଂସଦ ବଳଭଦ୍ର ମାଝୀ ଓ ଜିଲ୍ଲା ସଭାପତି ତଥା ମାଲକାନଗିରି ବିଧାୟକ ଆଦିତ୍ୟ ମାଢି କହିଛନ୍ତି ।

ଏମିତିକି ଦେଶରେ ଥିବା ମୁସଲିମ ସମ୍ପ୍ରଦାୟର ଅନେକ ଲୋକ ଏହି ଆଇନକୁ ଠିକ ଭାବେ ବୁଝି ନଥିବା ବେଳେ ବିଜେପି ବିରୋଧି ରାଜନୈତିକ ଦଳମାନେ ଲୋକଙ୍କୁ ଏହାର ଭୁଲ ବାର୍ତ୍ତା ଦେଉଛନ୍ତି ଯାହା ଦ୍ବାରା ଲୋକେ ଏହି ଆଇନକୁ ଭୟ କରୁଥିବା କହିଛନ୍ତି । ତେଣୁ ଦେଶର ସମସ୍ତ ଜନତାଙ୍କୁ ଏହି ଆଇନ ସମ୍ପର୍କରେ ଠିକ ତଥ୍ୟ ପ୍ରଦାନ କରିବା ପାଇଁ ବିଜେପି କର୍ମୀମାନେ ଦେଶର ସମସ୍ତ ଜିଲ୍ଲାଠାରୁ ଆରମ୍ଭ କରି ପଞ୍ଚାୟତସ୍ତରରେ ପହଞ୍ଚି ଲୋକଙ୍କୁ ଆଇନ ସମ୍ପର୍କରେ ସଚେତନ କରିବେ ।

ଏହାସହ ମାଲକାନଗିରି ଜିଲ୍ଲା ବାଂଲାଦେଶରୁ ଆସିଥିବା ଶରଣାର୍ଥୀମାନଙ୍କୁ ଏହି ଆଇନ ଅନୁଯାୟୀ ସମସ୍ତ ସରକାରୀ ସୁବିଧା ସୁଲଭ ପ୍ରଦାନ କରିବ ବୋଲି ମାଲକାନଗିରି ବିଧାୟକ କହିଛନ୍ତି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ABOUT THE AUTHOR

...view details