ଓଡିଶା

odisha

ETV Bharat / state

ମାଲକାନଗିରି SDPOଙ୍କ ଦାଦାଗିରି, ସଭାରେ କଂଗ୍ରେସ କର୍ମୀଙ୍କୁ ମାଡ

କଂଗ୍ରେସ କର୍ମୀଙ୍କୁ ମାଡ଼ ମାରିଲେ ମାଲକାନଗିରି ଏସଡିପିଓ ହୃଷିକେଶ ଡି କିଲାରୀ । ଏହାକୁ ନେଇ କଂଗ୍ରେସ କର୍ମୀ ମାଲକାନଗିରି ଥାନା ଘେରାଉ କରିଛନ୍ତି । ଆଜି କଂଗ୍ରେସ କର୍ମୀମାନେ ମାରକା ପାଲ୍ଲୀ ଗ୍ରାମରେ ଏକ ସଭା କରୁଥିବାବେଳେ ଜଣେ କର୍ମୀଙ୍କୁ ମାଡ ମାରିଥିଲେ ଏସଡିପିଓ ।

By

Published : Apr 3, 2019, 8:54 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ମାଲକାନଗିରି: କଂଗ୍ରେସ କର୍ମୀଙ୍କ ଉପରେ ମାଲକାନଗିରି ଏସଡିପିଓଙ୍କ ଦାଦାଗିରି । କଂଗ୍ରେସ କର୍ମୀ ସଭା କରୁଥିବାବେଳେ ମାଲକାନଗିରି ଏସଡିପିଓ ହୃଷିକେଶ ଡି କିଲାରୀ ମାଡ ମାରିଥିବା ଅଭିଯୋଗ ହୋଇଛି । ଏ ନେଇ କଂଗ୍ରେସ କର୍ମୀମାନେ ମାଲକାନଗିରି ଥାନା ଘେରାଉ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ବୁଧବାର ଜିଲ୍ଲାର ମାରକା ପାଲ୍ଲୀ ଗ୍ରାମରେ କଂଗ୍ରେସ କର୍ମୀମାନେ ଏକ ସଭା କରୁଥିଲେ । ଏହି ସମୟରେ ଏସଡିପିଓ ଜଣେ କଂଗ୍ରେସ କର୍ମୀଙ୍କ ଉପରକୁ ହାତ ଉଠାଇ ଥିଲେ । ତେବେ କେଉଁ କାରଣରୁ ଏସଡିପିଓ କଂଗ୍ରେସ କର୍ମୀଙ୍କୁ ମାଡ଼ ମାରିଲେ ବୋଲି ପ୍ରଶ୍ନ କରି ସେମାନେ ଥାନା ଘେରାଉ କରିଛନ୍ତି ।

ମାଲକାନଗିରି ଜୟନ୍ତ ତିଆଡି, ଇଟିଭି ଭାରତ

ABOUT THE AUTHOR

...view details