ଓଡିଶା

odisha

By

Published : Jul 1, 2019, 7:05 PM IST

ETV Bharat / state

ଶିଶୁଙ୍କୁ ବିଷ ପିଆଇବା ଘଟଣା, ଆହୁରି ଦୁଇଦିନ ସଂକଟ !

ଗତ ରବିବାର ମାଲକାନଗିରି ଜିଲ୍ଲା ଗୌଡଗୁଡାର ସୀତା ମାଡକାମୀ ନିଜ ଅଭାବ ଅନଟନ ଆଗରେ ହାର ମାନି ଯାଇ ସେ ଏବଂ ତାଙ୍କର ଦୁଇ ଶିଶୁଙ୍କୁ ବିଷ ପିଆଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ  ।   ତେବେ ଏହି ଘଟଣାରେ ସୀତା ମାଡକାମୀଙ୍କର ମୃତ୍ୟୁ ଘଟିଥିବା ବେଳେ ଗୋଟିଏ ଦିନ ବିତି ଯାଇଥିଲେ ମଧ୍ୟ ଶିଷୁମାନଙ୍କ ସ୍ବାସ୍ଥ୍ଯବସ୍ଥାରେ ଏଅପର୍ଯ୍ୟନ୍ତ ପରିବର୍ତ୍ତନ ଆସିନାହିଁ ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ମାଲକାନଗିରି


ମାଲକାନଗିରି: ଏପର୍ଯ୍ୟନ୍ତ ସୁସ୍ଥ ହୋଇପାରୁନାହାନ୍ତି ଦୁଇ ଶିଶୁ । ଗତ ରବିବାର ଗୌଡଗୁଡାର ସୀତା ମାଡକାମୀଙ୍କ ଆତ୍ମହତ୍ୟା ଓ ଦୁଇ ଶିଶୁଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ମାଆ ସୀତା ମାଡକାମୀଙ୍କ ମୃତ୍ୟୁ ଘଟିଥିବା ବେଳେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହୋଇ ପାରୁନାହାନ୍ତି ଦୁଇ ଶିଶୁ । ତେଣୁ ଆହୁରି 48 ଘଣ୍ଟା ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍ଗିନ୍ ରହିବ ବୋଲି ସୋମବାର ମାଲକାନଗିରି ମେଡିକାଲ ସୁପରିଟେଣ୍ଡେଣ୍ଟ, ଡ.ଅନିଲ କୁମାର ମିଶ୍ର କହିଛନ୍ତି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ମାଲକାନଗିରି

ଏହାଛଡା ଦୁଇ ଶିଶୁଙ୍କ ସମସ୍ତ ମେଡିକାଲ ଖର୍ଚ୍ଚ ଜିଲ୍ଲା ହେଡକ୍ବାର୍ଟର ହସ୍ପିଟାଲ ବହନ କରିବ ବୋଲି ସେ କହିଛନ୍ତି । ଯଦି ଶିଶୁମାନଙ୍କ ସ୍ବାସ୍ଥ୍ୟବସ୍ଥାରେ ପରିବର୍ତ୍ତନ ନ ଆସେ ତେବେ ଦରକାର ପଡିଲେ ସେମାନଙ୍କୁ ବାହାର ମେଡିକାଲକୁ ନିଆଯିବ ବୋଲି ମଧ୍ୟ ସେ କହିଛନ୍ତି ।

ପ୍ରକାଶ ଥାଉକି ଗତ ରବିବାର ମାଲକାନଗିରି ଜିଲ୍ଲା ଗୌଡଗୁଡାର ସୀତା ମାଡକାମୀ ନିଜ ଅଭାବ ଅନଟନ ଆଗରେ ହାର ମାନି ଯାଇ ସେ ଏବଂ ତାଙ୍କର ଦୁଇ ଶିଶୁଙ୍କୁ ବିଷ ପିଆଇ ହତ୍ୟା ଉଦ୍ୟମ କରିଥିଲେ । ତେବେ ଏହି ଘଟଣାରେ ସୀତା ମାଡକାମୀଙ୍କର ମୃତ୍ୟୁ ଘଟିଥିବା ବେଳେ ଭାଗ୍ୟ ବଳରେ ବଞ୍ଚିଯାଇଥିଲେ ଦୁଇ ଶିଶୁ । ତେବେ ଘଟଣାକୁ ଗୋଟିଏ ଦିନ ବିତି ଯାଇଥିଲେ ମଧ୍ୟ ଦୁଇ ଶିଶୁ ଗୁରୁତର ଅବସ୍ଥାରେ ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details