ମାଲକାନଗିରି:ବାୟାପଡା ଘାଟିରେ ଭୂସ୍ଖଳନ । ଖଇରପୁଟ ବ୍ଲକ ଓରଙ୍ଗି ଠାରୁ ବାୟାପଡା ନିର୍ମାଣଧିନ ଘାଟିରେ ପ୍ରବଳ ବର୍ଷା ପରେ ସମ୍ପୂର୍ଣ୍ଣ ରାସ୍ତାରେ ମାଟି ଅତଡା ଖାସିଯାଇଛି । ଯାହାଫଳରେ ଭୂସ୍ଖଳନ ହେବାସହ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି ନାକାମାମୁଡ଼ି ପଞ୍ଚାୟତର ୭ରୁ ଉର୍ଦ୍ଧ୍ବ ଗାଁ । ମାଲକାନଗିରିରେ ଗତ ତିନି ଦିନ ଧରି ଲଗାଣ ବର୍ଷା ଲାଗିରହିଥିବା ବେଳେ ଜିଲ୍ଲାର ଅଧିକାଂଶ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇରହିଛି । ଆଜି ଦିନ ତମାମ ନାକାମାମୁଡ଼ି ପଞ୍ଚାୟତରେ ପ୍ରବଳ ବର୍ଷା ଲାଗି ରହିଥିଲା । ମାଟି ଅତଡ଼ା ଖସିବା ଫଳରେ ଗାଁକୁ ଯାତାୟତ ଠପ୍ ହୋଇଛି ।
ଏହାକୁ ନେଇ ଅତିରିକ୍ତ ଜିଲ୍ଲାପାଳ ମହେଶ୍ବର ନାୟକ କହିଛନ୍ତି, "ଏହି ଘଟଣା ଉପରେ ପ୍ରଶାସନ ଦୃଷ୍ଟିରେ ରହିଛି । ତାସହ ମାଟି ଅତଡା ଖସିଥିବା ସ୍ଥାନଟି ନିର୍ମାଣଧିନ ରାସ୍ତା ଥିଲା ତେଣୁ ଏହି ରାସ୍ତାରେ ଚାରି ଚକିଆ ଯାନ ଯିବା ଆସିବା କରିବା ପାଇଁ ଖୋଲାଯାଇ ନାହିଁ । ତାସହ ମାଟି ଅତଡା ଖସିଥିବା ସ୍ଥାନ ପରେ ଯେଉଁ ଗ୍ରାମ ଅଛି ସେହି ଗାଁ ଗୁଡ଼ିକୁ ଯିବା ଆସିବା କରିବା ପାଇଁ ଅନ୍ଯ ରାସ୍ତା ପ୍ରସ୍ତୁତ କରାଯାଇଛି । ଘଟଣାସ୍ଥଳରେ ସ୍ଥାନୀୟ ବିଡିଓ ଓ ତହସିଲଦାର ରହି ସ୍ଥିତି ଅନୁଧ୍ଯାନ କରୁଛନ୍ତି । ବିପନ୍ନ ଅଞ୍ଚଳରେ ଖାଦ୍ୟ ଓ ଜଳ ପଠାଯାଇଛି । ଏହି ଦୁର୍ଘଟଣାରେ କାହାର କିଛି କ୍ଷତି ଘଟିନାହିଁ । ଲଗାଣ ବର୍ଷାରେ 17ଟି ଘର କ୍ଷୟକ୍ଷତି ହୋଇଥିବା ସୂଚନା ରହିଛି ।"