ଓଡିଶା

odisha

ETV Bharat / state

ଯୋଜନା ହେଲା ଭଣ୍ଡୁର: କୁମ୍ୱିଂ ଅପରେସନବେଳେ କଲଭର୍ଟ ତଳୁ ଲ୍ୟାଣ୍ଡମାଇନ ଜବତ

କୁମ୍ୱିଂ ଅପରେସନବେଳେ ଯବାନଙ୍କ ପାଇଁ ଲଗାଯାଇଥିବା ମାଓବାଦୀଙ୍କ ଦ୍ବାରା ଲଗାଯାଇଥିବା ଲ୍ୟାଣ୍ଡମାଇନକୁ ଜବତ କଲେ ବିଏସଏଫ ୧୬୦ ବାଟାଲିୟନର ଯବାନମାନେ ।

ଫଟୋ ସୌଜନ୍ଯ:ସମ୍ବାଦଦାତା, ମାଲକାନଗିରି

By

Published : May 4, 2019, 1:45 PM IST

ମାଲକାନଗିରି: ଯବାନଙ୍କୁ ଟାର୍ଗେଟ କରି ଲଗାଯାଇଥିବା ମାଓବାଦୀଙ୍କ ଲ୍ୟାଣ୍ଡମାଇନକୁ ଜବତ କଲେ ଯବାନ । ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ସନାପଦରୁ ଏହି ଲ୍ୟାଣ୍ଡମାଇନ ଉଦ୍ଧାର କରାଯାଇଛି ।

ସୂଚନା ଅନୁଯାୟୀ, ଶନିବାର ସକାଳେ ବିଏସଏଫ ୧୬୦ ବାଟାଲିୟନର ଯବାନମାନେ ସାଲିମି ପଞ୍ଚାୟତର ସନାପଦର ଅଞ୍ଚଳକୁ କୁମ୍ବିଂ ଅପରେସନରେ ଯାଇଥିଲେ । ତେବେ ସୁରକ୍ଷାକୁ ନଜର ରଖି ସନାପଦର ଅଞ୍ଚଳରେ ରାସ୍ତା କାମରେ ନିର୍ମାଣ ହେଉଥିବା କଲଭର୍ଟ ଗୁଡିକୁ ଯବାନମାନେ ଲ୍ୟାଣ୍ଡମାଇନ ଡିକ୍ଟେଟିଭ ମେସିନ ଦ୍ଵାରା ଯାଞ୍ଚ କରିଥିଲେ ।

ଏହାପରେ ଲ୍ୟାଣ୍ଡମାଇନ ଡିକ୍ଟେଟିଭ ମେସିନରୁ କଲଭର୍ଟ ତଳେ ଲ୍ୟାଣ୍ଡମାଇନ ଥିବା ସୂଚନା ମିଳିଥିଲା । ଏହା ଜାଣିବା ପରେ ଅତି ସତର୍କତାର ସହ ଲ୍ୟାଣ୍ଡମାଇନକୁ ଯବାନମାନେ ଜବତ କରି ବିଏସଏଫ କ୍ୟାମ୍ପକୁ ଆଣିଛନ୍ତି । ତେବେ ଲ୍ୟାଣ୍ଡମାଇନ୍ସ ସହ ଅନ୍ୟାନ୍ୟ ମାଓ ସାମଗ୍ରୀ ମଧ୍ୟ ଜବତ ହୋଇଥିବା ଜଣାପଡିଛି ।

ଏପଟେ ଯଦି ଏହି ଲ୍ୟାଣ୍ଡମାଇନ୍ସ ବିସ୍ଫୋରଣ ହୋଇଥାନ୍ତା, ତେବେ ଅନେକ ଯବାନଙ୍କ ଜୀବନ ଯାଇଥାନ୍ତା ବୋଲି ବିଏସଏଫ ୧୬୦ ବାଟାଲିୟନର ଜଣେ ଅଧିକାରୀ କହିଛନ୍ତି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ABOUT THE AUTHOR

...view details