ଓଡିଶା

odisha

ETV Bharat / state

ସ୍ୱାଭିମାନ ଅଞ୍ଚଳରୁ ଅଫୁଟା ଲ୍ୟାଣ୍ଡ ମାଇନ ଜବତ

ସ୍ୱାଭିମାନ ଅଞ୍ଚଳରେ ସୁରକ୍ଷା କର୍ମୀଙ୍କୁ ମିଳିଛି ବଡଧରଣର ସଫଳତା। ଡ୍ରମରେ ପୋତା ହୋଇ ରଖାଯାଇଥିବା ୫ କେଜି ଓଜନର ଅଫୁଟା ଲ୍ୟାଣ୍ଡ ମାଇନ ସମେତ ବହୁ ମାଓ ସାମଗ୍ରୀ ଜବତ କରାଯାଇଛି । ଅଧିକ ପଢନ୍ତୁ...

By

Published : Jan 10, 2021, 9:35 AM IST

ସ୍ୱାଭିମାନ ଅଞ୍ଚଳରୁ ଅଫୁଟା ଲ୍ୟାଣ୍ଡ ମାଇନ ଜବତ
ସ୍ୱାଭିମାନ ଅଞ୍ଚଳରୁ ଅଫୁଟା ଲ୍ୟାଣ୍ଡ ମାଇନ ଜବତ

ମାଲକାନଗିରି: ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ସୁରକ୍ଷା କର୍ମୀଙ୍କୁ ମିଳିଛି ବଡଧରଣର ସଫଳତା। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଗୋରାସେତୁ ନିକଟସ୍ଥ ହାଣ୍ଡିଖାଲ ଜଙ୍ଗଲରୁ ସ୍ଥାନୀୟ ବିଏସଫକୁ ୫ କେଜି ଓଜନର ଅଫୁଟା ଲ୍ୟାଣ୍ଡ ମାଇନ ଜବତ କରିଛି। ଏହାସହ ମାଓ ପୋଷାକ,ପଲିଥିନ,ମଲ୍ଟିମିଟର, ଓକିଟକି, ସମେତ ବହୁ ମାଓ ସାମଗ୍ରୀ ଜବତ କରିଛି।

ସ୍ୱାଭିମାନ ଅଞ୍ଚଳରୁ ଅଫୁଟା ଲ୍ୟାଣ୍ଡ ମାଇନ ଜବତ

ସୂଚନା ଅନୁଯାୟୀ, କୌଣସି ବିଶେଷ ସୂତ୍ରରୁ ଖବର ପାଇ ସ୍ଥାନୀୟ ବିଏସଫ ତରଫରୁ ପଣସଫୁଟ ପଞ୍ଚାୟତ ଓ ଗୋରାସେତୁ ନିକଟରେ ଥିବା ହାଣ୍ଡିଖାଲ ଜଙ୍ଗଲରେ ସର୍ଚ୍ଚ ଅପରେସନ କରାଯାଇଥିଲା। ଏହି ସମୟରେ ଏକ ଡ୍ରମରେ ପୋତା ହୋଇ ରଖାଯାଇଥିବା ୫ କେଜି ଓଜନର ଅଫୁଟା ଲ୍ୟାଣ୍ଡ ମାଇନ ସମେତ ବହୁ ମାଓ ସାମଗ୍ରୀ ଜବତ କରାଯାଇଛି ।

କୌଣସି ଏକ ବଡ ଧରଣର ଅଘଟଣ ଘଟାଇବାକୁ ମାଓବାଦୀ ଏହି ସାମଗ୍ରୀକୁ ଜଙ୍ଗଲରେ ଲୁଚାଇ ରଖିଥିବା ନେଇ ଅନୁମାନ କରାଯାଉଛି । ଜବତ ଅଫୁଟା ଲ୍ୟାଣ୍ଡ ମାଇନକୁ ବୋମା ନିଷ୍କ୍ରିୟ ଦଳ ପହଁଞ୍ଚିବା ପରେ ନିଷ୍କ୍ରିୟ କରାଯିବ।

ମାଲକାନଗିରିରୁ ଦେବଦତ୍ତ ବେହେରା,ଇଟିଭି ଭାରତ

ABOUT THE AUTHOR

...view details