ମାଲକାନଗିରି: ନିକଟରେ ଅଷ୍ଟ୍ରେଲିଆରେ ଆୟୋଜିତ ହୋଇଥିବା ଭାର ଉତ୍ତୋଳନ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତି ଭାରତ ପାଇଁ ଗୌରବ ଆଣିଛନ୍ତି ମାଲକାନଗିରି ଜିଲ୍ଲାର ଭକ୍ତରାମ ଦେସ୍ତି । ତେବେ ଦେଶ ପାଇଁ ପୂର୍ବରୁ ଅନେକ ଖେଳାଳି ଗୌରବ ହାସଲ କରିଛନ୍ତି ସତ, ହେଲେ ଭକ୍ତରାମ କିନ୍ତୁ ସବୁଠୁ ଅଲଗା । କାରଣ ଲାଲଗଡ ଭାବେ ପରିଚିତ ଚିତ୍ରକୋଣ୍ଡା ବିଛିନ୍ନାଞ୍ଚଳରୁ ଯାଇ ଆନ୍ତର୍ଜାତୀୟ କ୍ରିଡାରେ ଭାଗ ନେବା ହେଉଛି ପ୍ରଥମ ଘଟଣା । ଯାହାକୁ ନେଇ ଜିଲ୍ଲାରେ ବେଶ ଉତ୍ସାହ ଦେଖା ଦେଇଛି ।
ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳ ଦୋରାଗୁଡା ପଞ୍ଚାୟତ ଆର.ଏ.ସି-୪ ଗାଁର ଯୁବକ ହେଉଛନ୍ତି ଭକ୍ତରାମ ଦେସ୍ତି । ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଭଳି ଏକ ନକ୍ସଲ ପ୍ରବଣ ଓ ପଛୁଆ ଜିଲ୍ଲାର କୌଣସି ଏକ କ୍ରୀଡାବିତ ଆନ୍ତର୍ଜାତୀୟ ସ୍ତରରେ ଏପରି କ୍ଷତି ଅର୍ଜନ କରିବା ହେଉଛି ପ୍ରଥମ ଘଟଣା । ଯାହାକୁ ନେଇ ଏବେ ସମଗ୍ର ମାଲକାନଗିରି ଜିଲ୍ଲା ଗର୍ବିତ । ତେବେ ଆଗକୁ ମଧ୍ୟ ନିଜର ଅଭ୍ୟାସ ଜାରି ରଖିବା ସହ ଅନ୍ୟ ଆଦିବାସୀ ପିଲାଙ୍କୁ ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେବା ଲାଗି ପ୍ରେରଣା ଦେଇଛନ୍ତି ଭକ୍ତରାମ ।