ଓଡିଶା

odisha

ETV Bharat / state

ଆତ୍ମସମର୍ପଣ କଲା ହାର୍ଡକୋର ମାଓବାଦୀ, ବିଧାୟକଙ୍କ ହତ୍ୟାରେ ଥିଲା ସାମିଲ

ମାଓ ସଂଗଠନ ସ୍ବତନ୍ତ୍ର ଜୋନାଲ କମିଟି ମଧ୍ୟରେ ଥିବା AOB ମିଲିଟାରୀ ପ୍ଲାଟୁନର ସଦସ୍ୟ ସାମ୍ବା କୋରା ଓରଫ୍‌ ରଣଦେବଙ୍କ ସମେତ 7 ମିଲିସିଆ ମାଲକାନଗିରି ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଅଧିକ ପଢନ୍ତୁ....

By

Published : Mar 18, 2020, 8:47 PM IST

Updated : Mar 18, 2020, 9:01 PM IST

ଡିଜାଇନ ଫଟୋ
ଡିଜାଇନ ଫଟୋ

ମାଲକାନଗିରି: ମାଓବାଦୀଙ୍କ ମୁହଁରେ ଥିଲା ମାସ୍କ ଓ ହାତରେ ଫୁଲ ତୋଡା । କୋରୋନା ସତର୍କତା ପାଇଁ ମାସ୍କ ପିନ୍ଧି ମାଲକାନଗିରି ପୋଲିସ ନିକଟରେ ଆତ୍ମସମର୍ପଣ କଲେ ନକ୍ସଲ । ପୋଲିସ ନିକଟରେ ଜଣେ କ୍ୟାଡର ଓ 7 ମିଲିସିଆ ଆତ୍ମସମର୍ପଣ କରିଛନ୍ତି । ମାଓ କାର୍ଯ୍ୟକଳାପରେ ଲିପ୍ତ ସମସ୍ତ 8 ସଦସ୍ୟ ସ୍ବାଭିମାନ ଅଞ୍ଚଳର ବୋଲି ଜଣାଯାଇଛି । ସମସ୍ତେ ମାଲକାନଗିରି ଏସ୍‌ପିଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଛନ୍ତି । ମାଓ ସଂଗଠନ ସ୍ବତନ୍ତ୍ର ଜୋନାଲ କମିଟି ମଧ୍ୟରେ ଥିବା AOB ମିଲିଟାରୀ ପ୍ଲାଟୁନର ସଦସ୍ୟ ସାମ୍ବା କୋରା ଓରଫ୍‌ ରଣଦେବ ଓରଫ୍‌ ଦେବଙ୍କ ସମେତ 7 ମିଲିସିଆ ମାଲକାନଗିରି ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ।

ମାଲକାନଗିରି ପୋଲିସ ନିକଟରେ ଆତ୍ମସମର୍ପଣ କଲେ 8 ମାଓବାଦୀ

ସମ୍ବା କୋରା 12ରୁ ଉର୍ଦ୍ଧ୍ବ ହିଂସା ଘଟଣାରେ ଜଡ଼ିତ ଥିଲା । ଆନ୍ଧ୍ର ବିଧାୟକ କେ.ଏସ. ରାଓ ଓ ପୂର୍ବତନ ବିଧାୟକ ଶିବେରି ସୋମାକୁ ହତ୍ୟା ଘଟଣାରେ ସେ ଜଡ଼ିତ ଥିବା ସୂଚନା ରହିଛି ।

2017 ରେ ରଣଦେବ ମାଓବାଦୀ ସଂଗଠନରେ ଯୋଗ ଦେଇଥିଲା । ମାଓ କାର୍ଯ୍ୟକଳାପରେ ସକ୍ରିୟ ଥିବା ରଣଦେବ ପରେ ଆଓବି ସ୍ପେଶାଲ ଜୋନାଲ କମିଟି ଅଧୀନରେ ଥିବା ମିଲିଟାରୀ ପ୍ଲାଟୁନର ସଦସ୍ୟ ହୋଇଥିଲା । ରଣଦେବଙ୍କ ଉପରେ ଓଡିଶା ସରକାର ଦୁଇ ଲକ୍ଷ ପୁରସ୍କାର ଘୋଷଣା କରିଥିଲେ ।

ମାଓ ଅଞ୍ଚଳରେ ପୋଲିସର ଜୋରଦାର କୁମ୍ବିଂ ଅପରେସନ ଓ ଆଦିବାସୀଙ୍କ ବିଶ୍ବାସ ହରାଇବା ଆତ୍ମସମର୍ପଣ ପଛର ମୁଖ୍ୟ କାରଣ ବୋଲି ଏସପିଙ୍କ ନିକଟରେ କହିଛି ରଣଦେବ ।

ବ୍ୟୁରୋ ଇନପୁଟ, ଇଟିଭି ଭାରତ

Last Updated : Mar 18, 2020, 9:01 PM IST

ABOUT THE AUTHOR

...view details